କନକ ବ୍ୟୁରୋ: ନୟାଗଡ ସଡକ ଦୁର୍ଘଟଣାରେ ବଢିଲା ମୃତକଙ୍କ ସଂଖ୍ୟା । ୬କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା । ଦୁର୍ଘଟଣାରେ ଗୁରୁତର ଥିବା ଶିଶୁର ମୃତ୍ୟୁ । ଦୁର୍ଘଟଣା ପରେ ସଙ୍କଟାପନ୍ନ ଥିଲା ଅବସ୍ଥା ପରେ ଆଖି ବୁଜିଛି ଶିଶୁ । ତେବେ ଦୁର୍ଘଟଣାରେ ୨ ମହିଳା, ୩ ପୁରୁଷ ଓ ଜଣେ ଶିଶୁକୁ ଲଗାଇ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି ।
ତେବେ ଶରଣକୂଳରେ ସିରିଜ ଦୁର୍ଘଟଣା ଘଟାଇଛି ହାଇୱା । ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ପରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ତେବେ ପ୍ରଥମେ ଟ୍ରକଟି ନରେନ୍ଦ୍ରପୁରରେ ୨ ମହିଳାଙ୍କୁ ଧକ୍କା ଦେଇଥିଲା । ପରେ ସୁଆରସାହିରେ ଲୋକଙ୍କ ଉପରେ ମାଡିଯାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/36-12.jpg)