source : Bdnews24.com
କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳରେ ଜଣେ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘରେ କେହି ନଥିବା ବେଳେ ଏହି ୧୯ ବର୍ଷୀୟା ପୀଡ଼ିତା ଆଜି ସନ୍ଧ୍ୟାରେ ବିଷ ପିଇଦେଇଥିଲେ। ଦୁଷ୍କର୍ମ ପୀଡିତା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଗତକାଲି ସଂଧ୍ୟାରେ ପୀଡିତାଙ୍କ ଭାଇ ଘରେ ପହଂଚିବା ବେଳେ ପୀଡିତାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଖବର ପ୍ରଘଟ ହେବା ପରେ ଗାଁର ଶହଶହ ଲୋକ ଘଟଣା ସ୍ଥଳରେ ରୁଣ୍ଡ ହୋଇଥିଲେ । ଖବରପାଇ ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ପୀଡିତାଙ୍କ ମା’ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ବାପା ମୃତ୍ୟୁବରଣ କରିଛନ୍ତି। ଭାଇ ଦିନ ମଜୁରିଆ ଭାବେ ବାହାରକୁ କାମ କରିବାକୁ ଯାଆନ୍ତି। ଯୁବତୀ ଘରେ ଏକାକୀ ରହୁଥିବାର ସୁଯୋଗ ନେଇ ସେହି ଗ୍ରାମର ଦେବରାଜ ବାରିକ ନାମକ ଜଣେ ବ୍ୟକ୍ତି ଘରେ ପଶି ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ସନ୍ଧ୍ୟାରେ ଭାଇ ଘରକୁ ଫେରିବା ପରେ ପୀଡିତା ସମସ୍ତ କଥା କହିଥିଲେ । ଏହି ଘଟଣା ଗାଁରେ ପୀଡିତାଙ୍କ ଭାଇ ଜଣାଇବା ପରେ ଏକ ବୈଠକ ବସି ସମସ୍ତ କ୍ଷତିପୂରଣ ଦେବାକୁ ଗାଁ କମିଟି ନିଷ୍ପତ୍ତି କରିଥିଲା । ମାତ୍ର ଅଭିଯୁକ୍ତ ଗାଁ କଥାରେ ରାଜି ହୋଇନଥିଲା । ପରେ ମହୀପୁର ଫାଣ୍ଡିରେ ଏ ସମ୍ପର୍କରେ ପୀଡିତାଙ୍କ ଭାଇ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ଦେବରାଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣାର ୪୨ ଦିନ ପରେ ଆଜି ସଂଧ୍ୟାରେ ପୀଡିତା ଆତ୍ମହତ୍ୟା କରିଛନ୍ତି। ।
Follow Us