କନକ ବ୍ୟୁରୋ: ମହଙ୍ଗା ପଡିଲା ଅସହାୟ ଶିଶୁଙ୍କୁ ଅପହରଣ କରି ଭିକ୍ଷାବୃତିରେ ଲଗାଇବା । ନାବାଳିକାଙ୍କୁ ଅପହରଣ କରି ଭିକ୍ଷାବୃତିରେ ଲଗାଉଥିବା ଜଣେ ଯୁବକକୁ ଗିରଫ କରିଛି ନୟାଗଡ ଚାନ୍ଦପୁର ପୋଲିସ । ତା ନାଁ ଶଙ୍କର । ତାହାର କୌଣସି ନିର୍ଦ୍ଦିଷ୍ଟ ଠିକଣା ନାହିଁ । ପୋଲିସ ଛାନଭିନରୁ ସାମ୍ନାକୁ ଆସିଛି ଶଙ୍କରର ଭୟଙ୍କର ଚାଲ୍ ।
ଭଲଭାବରେ ଦେଖି ନିଅନ୍ତୁ ଏହି ଯୁବକକୁ । କେବେ ଏହି ଭଳି ଯୁବକକୁ ଆପଣଙ୍କ ଅଂଚଳରେ ଦେଖିଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏମାନଙ୍କ ଟାର୍ଗେଟ କୋମଳମତି ନାବାଳିକା । ଛୋଟ ପିଲା ଖେଳୁଥିବା ବେଳେ ବାହାନା କରି ସେମାନଙ୍କୁ ଏମାନେ କରନ୍ତି ଅପରହଣ । ପରେ ଲଗାଇ ଦିଅନ୍ତି ଭିକ୍ଷାବୃତିରେ । ରାଜ୍ୟର ବିଭିନ୍ନ ରେଳ ଷ୍ଟେସନ, ଡାକ୍ତରଖାନା କିମ୍ବା ବଡ ବଡ ମାର୍କେଟରେ କୁନି କୁନି ଝିଅମାନଙ୍କୁ ଭିକ ମଗାନ୍ତି । ନୟାଗଡ ଚାନ୍ଦପୁର ପୁଲିସ ଶଙ୍କରକୁ ଗିରଫ କରିବା ପରେ ଏଭଳି କିଛି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ଗତ ୬ ତାରଖରେ ନୟଗଡା ଚାନ୍ଦପୁର ଅଂଚଳରୁ ହଠାତ୍ ନିଖୋଜ ହୋଇଯାଇଥିଲା ନାବାଳିକା । ଝିଅର ନିଖୋଜ ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ସୁଦ୍ଧା ଘଟଣାର ୧୦ ଦିନ ଯାଏଁ ପୁଲିସ ଅପହରଣକାରୀ ବାବଦରେ କିଛି ସୁରାକ୍ ପାଇ ନଥିଲା । ଶେଷରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରିସରରେ ଅପହୃତା ନାବାଳିକା ଭିକ ମାଗୁଥିବା ନେଇ ସିସିଟିଭିରେ ଧରା ପଡିବା ପରେ ଏତଲାର ୧୨ ଦିନ ପରେ ଶଙ୍କର ପାଖରେ ପହଂଚିଥିଲା ପୁଲିସ ।
କେବଳ ଏହି ଘଟଣା ନୁହେଁ, ସମାନ ଅଭିଯୋଗରେ ପୂର୍ବରୁ ୫ ଥର ଜେଲ ଯାଇସାରିଛି ଶଙ୍କର । ନାବାଳିକାକୁ ଉଦ୍ଧାର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଝିଅକୁ ପାଇ ଖୁସି ହୋଇଛନ୍ତି ପରିବାର ଲୋକେ । ତେବେ ସବୁଠାରୁ ଚାଂଚଲ୍ୟକର କଥା ହେଉଛି, ପିଲା ଚୋର ଶଙ୍କରର କୌଣସି ନିର୍ଦ୍ଧିଷ୍ଟ ଠିକଣା ନାହିଁ । ଯେଉଁଥି ପାଇଁ ସେ ଏପରି କାଣ୍ଡ ଘଟାଇବା ପରେ ଅତି ସହଜରେ ଖସି ଯାଉଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/THIEF.jpg)
/kanak/media/post_attachments/wp-content/uploads/2019/07/Screen-Shot-2019-07-20-at-2.02.59-PM-300x186.png)
/kanak/media/post_attachments/wp-content/uploads/2019/07/vlcsnap-2019-07-20-15h55m56s414-300x220.png)
/kanak/media/post_attachments/wp-content/uploads/2019/07/vlcsnap-2019-07-20-15h55m59s897-300x220.png)