ଏ କେମିତିକା ପୋଲିସ? ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିବା ଲାଗି ଅନ୍ୟଜଣେ ନବବିବାହିତା ମହିଳାଙ୍କୁ ଥାନାକୁ ନେବା ବେଳେ ଗ୍ରାମବାସୀଙ୍କ ବିରୋଧ

149

କନକ ବ୍ୟୁରୋ : ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୁଲିସ୍ । ନିଖୋଜ ନାବାଳିକାକୁ ଉଦ୍ଧାର କରିବାକୁ ଯାଇ ଅନ୍ୟଜଣେ ନବବିବାହିତା ମହିଳାଙ୍କୁ ଥାନାକୁ ନେବାକୁ ଚେଷ୍ଟା କରିଥିଲା ପୁଲିସ୍ । ଏହାସହ ମହିଳାଙ୍କ ସ୍ୱାମୀଙ୍କ ମଧ୍ୟ ଥାନାକୁ ନେଇଥିଲା । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଗମ୍ଭାରିଡିହି ଗାଁରେ । ନିଖୋଜ ନାବାଳିକାଙ୍କ ବାପା ସହ ପୁଲିସ୍ ଘଟଣାସ୍ଥଳରେ ପହଂଚିଥିଲା ।

ତେବେ ନିଖୋଜ ଥିବା ନାବାଳିକାଙ୍କ ନାଁ ସହ ନାଁ ମିଶୁଥିବା ଜଣେ ନବବିବାହିତ ମହିଳାଙ୍କୁ ପୁଲିସ୍ ଥାନାକୁ ନେବାକୁ ଚେଷ୍ଟା କରିଥିଲା । ତେବେ ଗାଁ ଲୋକ ଏହାକୁ ପ୍ରତିବାଦ କରିବା ସହ ଏସେହି ଝିଅ ନୁହେଁ ବୋଲି କହିଥିଲେ । ତେବେ ପୁଲିସ୍ ଶୁଣି ନଥିଲା । ଏହାକୁ ନେଇ ଗ୍ରାମବାସୀ ଇଟାଭାଟି ଥାନାର ୪ ପୁଲିସ୍ କର୍ମଚାରୀଙ୍କ ସହ ନିଖୋଜ ନାବାଳିକାର ବାପା ଓ ସମ୍ପର୍କୀୟଙ୍କୁ ଅଟକ ରଖିଥିଲେ । ପରେ ନୟାଗଡ଼ ଏସଡିପି ଘଟଣାସ୍ଥଳରେ ପହଂଚି ବୁଝାଶୁଝା କରିବା ପରେ ଲୋକେ ଅଟକଙ୍କୁ ଛାଡ଼ିଥିଲେ ।