ଛୁରୀ ଭୁଷିଦେଲା କଦଳୀ ଚୋର : ନୟାଗଡ ଖଣ୍ଡପଡାର କାଦୁଆ ଗାଁରେ ଅଘଟଣ; ଆକ୍ରମଣରେ ବଡ ଭାଇ ମୃତ, ସାନଭାଇ ଗୁରୁତର

195

କନକ ବ୍ୟୁରୋ : କଦଳୀ ଚୋରର କାରନାମା । ଚୋରି ସମୟରେ ଧରା ପଡ଼ିବାରୁ ଦୁଇ ଭାଇ ଉପରକୁ ଆକ୍ରମଣ କଲା ଚୋର । ଘଟଣା ଘଟାଇବା ପରେ ମୃତକଙ୍କର ବାଇକ ନେଇ ଫେରାର ହୋଇଯାଇଥିଲା । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କାଦୁଆ ଗାଁରେ । ବେଣାଗାଡିଆ ଗାଁର କାଠିଆ ସ୍ୱାଇଁ ଗତ କାଲି ରାତି ୧୦ଟା ବେଳେ କାଦୁଆ ଗାଁର ରମେଶ ମଲ୍ଲିକଙ୍କ ବାଡିରୁ ଏକ କଦଳୀ କାନ୍ଧି ଚୋରୀ କରୁଥିବା ବେଳେ ଧରାପଡ଼ିଥିଲା ।

ରମେଶ ଓ ତାଙ୍କ ସାନ ଭାଇ କାଠିଆକୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା ଚୋର । ଘଟଣା ସ୍ଥଳରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ଗୁରୁତର ରହିଛି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହ ବ୍ୟବଚ୍ଚେଦ ପାଇଁ ପଠାଇବା ସହ ଫେରାର ଅଭିଯୁକ୍ତକୁ କାବୁ କରି ତଦନ୍ତ ଜାରି ରଖିଛି ।