ଚେନ ଲୁଟି ଖସି ଯାଉଥିବା ଦୁର୍ଦ୍ଦାନ୍ତ ଅପରାଧିକୁ ଧରିଲେ ଗାଁ ଲୋକ : ପୋଲିସକୁ ହସ୍ତାନ୍ତର କରିବା ପୂର୍ବରୁ ନିର୍ଦ୍ଧୁମ ଛେଚିଲେ

 ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତି କଲା ପୋଲିସ, ମୃତ ଘୋଷଣା କଲେ ଡାକ୍ତର

259

କନକ ବ୍ୟୁରୋ : ନୟାଗଡ଼ ଅଂଚଳରେ ଏକାଧିକ ଚୋରୀ ଓ ରାହାଜାନୀ ଘଟଣାରେ ସମ୍ପୃକ୍ତ ଥିବା ପଙ୍ଗା ଓରଫ ପ୍ରଭାତ ରାଉତକୁ ପିଟି ପିଟି ମାରିଦେଲେ ଲୋକେ । ସୁନା ଚେନ୍ ଲୁଟ କରି ଖସିଯିବାକୁ ଚେଷ୍ଟା କଲା ବେଳେ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକେ । ନୟାଗଡ଼ ବାରବାଟି ଗାଁର ବ୍ୟକ୍ତି ଅରକ୍ଷିତ ପ୍ରାତଃ ଭମଣ କରୁଥିବା ବେଳେ ସମ୍ପୃକ୍ତ ଡ଼କାୟତ ତାଙ୍କ ଠାରୁ ସୁନା ଚେନ ଓ ମୋବାଇଲ ଲୁଟି ନେଇ ଫେରାର ହେବାକୁ ଚେଷ୍ଟା କଲାବେଳେ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଲୁଟର ଶିକାର ହୋଇଥିବା ଅରକ୍ଷିତ ତଳେ ପଡ଼ିଯାଇ ପାଟି କରିଥିଲେ ।

ପାଟି ଶୁଣି ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରି ପ୍ରବଳ ମାଡ଼ ମାରିଥିଲେ । ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଂଚି ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ଡ଼ାକ୍ତରଖାନାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପରେ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ମୃତ ପଙ୍ଗା ଓରଫ ପ୍ରଭାତ ରାଉତର ଘର ଶରଣକୁଳ ଥାନା ଡ଼ିମିସର ଗାଁରେ । ଏକାଧିକ ଡ଼କାୟତି ଓ ରାହାଜାନୀ ଘଟଣାରେ ପ୍ରଭାତ ସମ୍ପୃକ୍ତ ଥିବା ପୋଲିସ କହିଛି ।