ଖାଦ୍ୟ ଅନ୍ୱେଷଣରେ ଡାକ୍ତରଖାନାରେ ପଶିଲା ଦନ୍ତା ହାତୀ । ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକ

ଖୋର୍ଦ୍ଧା ରଣପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସରେ ହାତୀ ବୁଲୁଥିବା ଚିତ୍ର କ୍ୟାମେରାରେ କଏଦ

93

କନକ ବ୍ୟୁରୋ : ଡାକ୍ତରଖାନା ପରିସରରେ ଦନ୍ତା ହାତୀ । ଖାଦ୍ୟ ସନ୍ଧାନରେ ନୟାଗଡ଼ ରଣପୁର ବ୍ଲକ ଅଂଚଳରେ ଥିବା ବସନ୍ତମଂଜରୀ ସ୍ୱାସ୍ଥ୍ୟନିବାସରେ ପଶିଥିଲା ହାତୀ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଂଜରେ ଏବେ ବଣୁଆ ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକେ ଭୟଭୀତ ଅଛନ୍ତି । ଏପରି ସମୟରେ ସ୍ୱାସ୍ଥ୍ୟ ନିବାସରେ ରୋଗୀ ଚିକିତ୍ସିତ ହେଉଥିବା କୋଠରୀ ସାମ୍ନାରେ ହାତୀ ବୁଲୁଥିବା ସମସ୍ତଙ୍କୁ ଆତଙ୍କିତ କରିଛି । ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଚନ୍ଦକା ଜଙ୍ଗଲର ଚର୍ତୁପାଶ୍ୱର୍ରେ ଥିବା ହାତୀ ଖାଲକୁ ଠିକରେ ତଦାରଖ ନକରିବା ଏବଂ ଖାଦ୍ୟ ଅଭାବରୁ ବଣୁଆ ହାତୀ ଏବେ ସହର ଓ ଗାଁ ମୁହାଁ ହେଉଥିବା ଅଭିଯୋଗ ହୋଇଛି ।