କନକ ବ୍ୟୁରୋ : ସ୍ତ୍ରୀ ହେମଦସ୍ତା ପୁଆ ମାଡ଼ରେ ସ୍ୱାମୀର ମୃତ୍ୟୁ ହୋଇଛି । ନୟାଗଡ଼ ଓଡ଼ଗାଁ ହତ୍ୟା ଘଟଣାରେ ଏପରି ଏକ ଚାଂଚଲ୍ୟକର ଖୁଲାସା ହୋଇଛି । ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଘର ଭିତରେ ପୋତି ଦେଇଥିଲା ସ୍ତ୍ରୀ । ଘଟଣାର ୧୦ ଦିନ ପରେ ପୋଲିସ ଗାଁରେ ପହଂଚି ଅଭିଯୁକ୍ତ ସ୍ତ୍ରୀ ଓ ତାଙ୍କ ମା’ଙ୍କୁ ଉଠାଇ ଆଣିଥିବା ବେଳେ ପ୍ରେମିକ ଫେରାର ହେବାକୁ ଚେଷ୍ଟା କରୁଥିଲା । ଠିକ ଏହି ସମୟରେ ପୋଲିସ ହାତରେ ଧରାପଡ଼ିଛି । ପୋଲିସ, ତହସିଲଦାର, ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଖୋଳତାଡ ଆରମ୍ଭ କରିଛନ୍ତି । ସ୍ୱାମୀକୁ ମାରି ଘର ଭିତରେ ପୋତି ଦେଇଥିବା ପୋଲିସ ଆଗରେ ସତ ମାନିଛି ଜ୍ୟୋତ୍ସ୍ନାରାଣୀ ନାୟକ । ଆଉ ଏବେ ପଚରାଉଚରା କରିବା ପରେ ମହିଳା ଜଣଙ୍କ କିଭଳି ହତ୍ୟା କରିଥିଲେ ତାହା କହିଛନ୍ତି । ଓଡ଼ଗାଁ ରୋହିବାଙ୍କ ଗାଁର ପ୍ରକାଶ ସାମଲଙ୍କୁ ୧୪ ବର୍ଷ ତଳେ ବିବାହ କରିଥିଲେ କୋମଣ୍ଡା ଗାଁର ଜ୍ୟୋତ୍ସ୍ନାରାଣୀ ନାୟକ । ସେମାନଙ୍କ ୭ ବର୍ଷର ଗୋଟିଏ ଝିଅ ଓ ୫ ବର୍ଷର ପୁଅ ଅଛନ୍ତି । ହେଲେ ଜ୍ୟୋତ୍ସ୍ନାରାଣୀ ମକରପଦାର ସୋନୁ ବେହେରାଙ୍କୁ ଭଲ ପାଇ ଆସୁଥିଲେ । କିଛି ଦିନ ତଳେ ସ୍ୱାମୀଙ୍କୁ ହଟାଇବାକୁ ସ୍ତ୍ରୀ ଓ ପ୍ରେମିକା ଯୋଜନା କରିଥିଲେ । ସ୍ୱାମୀଙ୍କୁ ମାରି କେହି କିଛି ଜାଣିବା ପୂର୍ବରୁ ଘର ଭିତରେ ଗାତ ଖୋଳି ପୋତି ଦେଇଥିଲେ । ତା’ ଉପରେ ଶିଳ ଓ ଘୋରଣା ମଡାଇ ରଖିଥିଲେ । ସ୍ୱାମୀକୁ କିଭଳି ବୀଭତ୍ସ ଭାବେ ହତ୍ୟା କରି ଗାତ ଖୋଳି ଘର ଭିତରେ ପୋତିଥିଲା ତାର ଡେମୋ ଦେଖାଇଛନ୍ତି ଜ୍ୟୋତ୍ସ୍ନାରାଣୀ ନାୟକ ।
ପରକିୟା ପ୍ରୀତି ପାଇଁ ସ୍ୱାମୀକୁ ହତ୍ୟା କରି ଘରେ ପୋତିଥିଲା ଅଭିଯୁକ୍ତ ସ୍ତ୍ରୀ । ମୃତଦେହ ଉଦ୍ଧାର ସହ ଅଭିଯୁକ୍ତ ସ୍ତ୍ରୀ ଓ ତାଙ୍କ ମାଆକୁ ଗିରଫ କରଛି ପୋଲିସ
/kanak/media/post_attachments/wp-content/uploads/2024/02/16-19.jpg)