ପର୍ଣ୍ଣ ଫିଲ୍ମ ଦେଖି ଅପରାଧ ! ପରୀ ହତ୍ୟାର ଛାତିଥରା କାହାଣୀ । ଅପରାଧ ଘଟାଇବା ପୂର୍ବରୁ ରାତିସାରା ଅଭିଯୁକ୍ତ ଦେଖିଥିଲା ଅଶ୍ଳୀଳ ଭିଡିଓ

ହତ୍ୟା ପରେ ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ସ୍ୱୀକାର

3,715

କନକ ବ୍ୟୁରୋ : ସାମ୍ନାକୁ ଆସିଲା ‘ପରୀ’ ହତ୍ୟା ଘଟଣାର ପୁରା ତଥ୍ୟ । ପ୍ରେସମିଟରେ ‘ପରୀ’ ସମ୍ପର୍ଣ୍ଣ କାହାଣୀ କହିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ କହିଛନ୍ତି ଅରୁଣ ବୋଥ୍ରା । ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱୀକାର କରିଛି ।

ତେବେ କ’ଣ ଥିଲା ପୁରା ଘଟଣା ? କେମିତି ଓ କେଉଁ ପରିସ୍ଥିତିରେ ହତ୍ୟା କରିଥିଲା ଅଭିଯୁକ୍ତ ? ଦୁଷ୍କର୍ମର କାହାଣୀ ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ । ଜଘନ୍ୟକାଣ୍ଡର ଲୋକଟାଙ୍କୁରା ଘଟଣା ଶୁଣିଲେ ଆପଣ ବି କାନରେ ହାତ ଦେଇଦେବେ । ମୃତ ନାବାଳିକାଙ୍କ ପାଖରେ ଅଭିଯୁକ୍ତର ଘର ରହିଛି । ଅଭିଯୁକ୍ତର ଭଉଣୀ ସହିତ ପରୀ ମିଳାମିଶା କରେ । ସେଦିନ ଅଭିଯୁକ୍ତ ସାନ ଭଉଣୀ ଅଫିସ ଯାଇଥିଲା, ଘରେ କେହିନଥିଲେ । ଘଟଣା ଦିନ ପରୀ ଏକା ଅଭିଯୁକ୍ତ ଘରକୁ ଯାଇଥିଲା ଏବଂ ଜାମୁକୋଳି ଖାଇବାକୁ ମାଗିଥିଲା । କୋଳି ମାଗିବାରୁ ଅଭିଯୁକ୍ତ ଘର ଭିତରକୁ ଡାକିଥିଲା । ପରେ ପୋଷାକ ଖୋଲି ଦୁଷ୍କର୍ମ ଉଦ୍ୟମ କରିବାରୁ ଚିତ୍କାର କରିଥିଲା ପରୀ ।

ଧରାପଡିଯିବା ଭୟରେ ପରୀକୁ ତଣ୍ଟିଚିପି ହତ୍ୟା କରିଥିଲା ଅଭିଯୁକ୍ତ ସରୋଜ ସେଠୀ । ସେତିକିରେ ପିଶାଚ ମନର କ୍ଷୁଧା ମେଣ୍ଟିନଥିଲା ପୁଣିଥରେ ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ । ହୋସ ଆସିବା ପରେ ଅଖାରେ ମୃତଦେହକୁ ପୁରାଇଥିଲା । ଘଟଣାକୁ ଲୁଚାଇବା ପାଇଁ ଘରର ପଛ ପୋଖରୀରେ ଫୋପାଡି ଦେଇଥିଲା । ସବୁଠାରୁ ବଡ କଥା ହେଉଛି, ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ କରିଛି ବୋଲି ଅଭିଯୁକ୍ତ ମାନିଛି । ପ୍ରତିଦିନ ରାତିରେ ଭଉଣୀ ମୋବାଇଲରୁ ଲୁଚିକି ଅଶ୍ଳୀଳ ଫିଲ୍ମ ଦେଖୁଥିଲା । ପରେ ଏହାକୁ ଡିଲେଟ୍ କରିଦେଉଥିଲା । ଘଟଣାର ପୂର୍ବଦିନ ରାତିସାରା ଅଶ୍ଳୀଳ ଫିଲ୍ମ ଦେଖିଥିଲା । ପରଦିନ ଅଭିଯୁକ୍ତ ଏପରି କାଣ୍ଡ ଭିଆଇଥିଲା । ଧରାପଡିଯିବା ଭୟରେ ମୋବାଇଲରୁ ସବୁ ତଥ୍ୟ ଡିଲେଟ୍ କରି ଲୁଚାଇବାକୁ ଚେଷ୍ଟା କରିଛି ।

ପ୍ରଥମେ ପଲିଗ୍ରାଫ ପରୀକ୍ଷା ପାଇଁ ଅଭିଯୁକ୍ତ ପ୍ରଥମେ ରାଜି ହେଉନଥିଲା । ପଲିଗ୍ରାଫ ପାଇଁ ରାଜି ନହେଲେ ଅଭିଯୁକ୍ତ ଧରାଯିବ କହିବାରୁ ରାଜି ହୋଇଥିଲା ସରୋଜ । ଅଭିଯୁକ୍ତ ଏସଆଇଟି ଛଡା ଅନ୍ୟ ଦୁଇଜଣଙ୍କ ଆଗରେ ଘଟଣାକୁ ସ୍ବୀକାର କରିଛି । ଅଭିଯୁକ୍ତ ସରୋଜର ସ୍ବୀକାରୋକ୍ତିର ଅଡିଓ, ଭିଡିଓ ବି ରହିଛି । ସରୋଜର ମୋବାଇଲର ଡିଲିଟ ତଥ୍ୟକୁ ରିକଭରି ଉଦ୍ୟମ କରାଯାଉଛି । ଏସଆଇଟି ମୁଖ୍ୟଙ୍କ କହିବାନୁଯାୟୀ, ପରୀ ହତ୍ୟା ମାମଲାର କୌଣସି ପ୍ରତ୍ୟକ୍ଷ ସାକ୍ଷୀ ନାହାନ୍ତି । ଏସଆଇଟିକୁ ସାଇଣ୍ଟିଫିକ୍ ପ୍ରମାଣ ମିଳିଛି  । ମୃତଦେହ ନିକଟରୁ ମିଳିଥିବା ନଡିଆ ବାହୁଙ୍ଗାର ଡିଏନଏ ଟେଷ୍ଟ କରାଯିବ । ପରୀକ୍ଷା ପରେ ରିପୋର୍ଟକୁ କୋର୍ଟରେ ପ୍ରମାଣ ଭାବେ ଦାଖଲ କରାଯିବ ।