ପରୀ ମୃତ୍ୟୁ ମାମଲାରେ ପୋଖରୀ ଦେବ କି ପ୍ରମାଣ ? ଯଦୁପୁର ଗାଁ ପୋଖରୀରୁ ମଟର ପମ୍ପ ଲଗାଇ ପାଣି ଶୁଖାଉଛି ଏସଆଇଟି

ପରୀ ଶରୀର ଅବଶିଷ୍ଟାଂଶ ଓ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ପୋଖରୀରେ ଲୁଚାଯାଇଥିବା ଆଶାଙ୍କା

119

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଛି । ହତ୍ୟାର ଅଧିକ ପ୍ରମାଣ ପାଇଁ ଯେଉଁ ପୋଖରୀ ପାଖରୁ ପରୀର ମୃତ ଦେହ ମିଳିଥିଲା ସେହି ପୋଖରୀକୁ ଶୁଖାଉଛି ଏସଆଇଟି । ପୋଖରୀରୁ ଜଳ ନିଷ୍କାସନ ପକ୍ରିୟା ଆରମ୍ଭ ହୋଇଛି । ମଟର ପମ୍ପ ଲଗାଇ ପୋଖରୀ ମଧ୍ୟରୁ ପାଣି କଢ଼ାଯାଉଛି ।

ପରୀ ମୃତ୍ୟୁ ମାମଲରେ ଏଯାଁଏ ଜଣେ ଅଭିଯୁକ୍ତକୁ ଗିରଫ କରିଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ନେଇ କହିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଆଜିଠୁ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସଆଇଟି । ରିମାଣ୍ଡ ସମୟରେ ପରୀ ହତ୍ୟା ନେଇ ଅଭିଯୁକ୍ତଠୁ ଅଧିକ ତଥ୍ୟ ଓଗାଳିବାକୁ ଚେଷ୍ଟା କରିବ ଏସଆଇଟି ।

Comments are closed.