କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଛି । ହତ୍ୟାର ଅଧିକ ପ୍ରମାଣ ପାଇଁ ଯେଉଁ ପୋଖରୀ ପାଖରୁ ପରୀର ମୃତ ଦେହ ମିଳିଥିଲା ସେହି ପୋଖରୀକୁ ଶୁଖାଉଛି ଏସଆଇଟି । ପୋଖରୀରୁ ଜଳ ନିଷ୍କାସନ ପକ୍ରିୟା ଆରମ୍ଭ ହୋଇଛି । ମଟର ପମ୍ପ ଲଗାଇ ପୋଖରୀ ମଧ୍ୟରୁ ପାଣି କଢ଼ାଯାଉଛି ।
ପରୀ ମୃତ୍ୟୁ ମାମଲରେ ଏଯାଁଏ ଜଣେ ଅଭିଯୁକ୍ତକୁ ଗିରଫ କରିଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ନେଇ କହିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଆଜିଠୁ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସଆଇଟି । ରିମାଣ୍ଡ ସମୟରେ ପରୀ ହତ୍ୟା ନେଇ ଅଭିଯୁକ୍ତଠୁ ଅଧିକ ତଥ୍ୟ ଓଗାଳିବାକୁ ଚେଷ୍ଟା କରିବ ଏସଆଇଟି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/18-24.jpg)