କନକ ବ୍ୟୁରୋ : ନୟାଗଡ଼ ଓ ପଡ଼ୋଶୀ ବୌଦ୍ଧ ଜିଲ୍ଲା ସୀମାନ୍ତରେ କନ୍ଧମାଳ-କଳାହାଣ୍ଡି- ବୌଦ୍ଧ- ନୟାଗଡ଼ (କେକେବିଏନ୍) ମାଓ ସଙ୍ଗଠନ ସକ୍ରିୟ ହେବାର ଖବର ମିଳିବା ପରେ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ନୟଗଡ଼ ଜିଲ୍ଲା ପୁଲିସ ଓ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ରାତିରେ ଦୁଇ ବାଇକ୍ରେ ଚାରି ଜଣ ସନ୍ଦିଗ୍ଧ ବ୍ୟକ୍ତି ଆସି ନୟାଗଡ଼ ଟାଉନ ଟ୍ରାଫିକ ଛକରେ ବୁଲିବା, ବିଭିନ୍ନ ଘଟଣାର ଅନୁଧ୍ୟାନ କରିବା ଏବଂ ବସ୍ଷ୍ଟାଣ୍ଡ୍ରେ ରହୁଥିବା ଲୋକ, ଚା’ ଦୋକାନୀଙ୍କ ନଜର ପଡ଼ିବା ପରେ ସେଠାରୁ ଚାଲିଯିବା ନେଇ ସାଧାରଣରେ କୋକୁଆ ଭୟ ଖେଳି ଯାଇଛି। କେବଳ ଏତିକି ନୁହେଁ, ନୂଆଗାଁ ବ୍ଲକ୍ ମହିପୁର ଛକରେ ମଧ୍ୟ ଏଭଳି ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସାଧାରଣ ଲୋକ ଦେଖିଛନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏମାନେ ଡକାୟତ ନା ମାଓବାଦୀ ଥିଲେ, ସେଥିନେଇ ପୁଲିସ ମଧ୍ୟରେ ଯେତିକି ଦ୍ବନ୍ଦ୍ବ ସେତିକି ଆଶଙ୍କା ରହିଛି। ପଡ଼ୋଶୀ ଫୁଲବାଣୀ ଜିଲ୍ଲାରେ ପୁଲିସ-ମାଓବାଦୀ ମୁହାଁମୁହିଁ ହେବା, ମାଲକାନଗିରିର ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଜବତ ହେବା ପରେ ନୟାଗଡ଼କୁ ମାଓ ଗତିବିଧି ବଢ଼ିଥିବା ନେଇ ସନ୍ଦେହ ବଢ଼ିବା ସ୍ବାଭାବିକ। କାରଣ ଯେତେବେଳେ ବି ପଡ଼ୋଶୀ ବୌଦ୍ଧ, ଫୁଲବାଣୀରେ ମାଓ ଆଡ଼ାକୁ ପୁଲିସ ମାଡିଯାଇଛି , ସେମାନେ ନୟାଗଡ଼କୁ ସେଫ୍ ଜୋନ୍ ଭାବେ ବାଛି ନେଇଛନ୍ତି।
image courtesy - News Frontଦଶପଲ୍ଲା ବ୍ଲକ୍ର ନୂଆଗାଁ, କଳସାଖେମଣା, ଟୁଡ଼ା ଆଦି ଅଗମ୍ୟ ପଞ୍ଚାୟତରେ ମାଓବାଦୀଙ୍କ ଆତଯାତ ରହିଛି। ୨୦୦୮ ଫେବ୍ରୁଆରି ୧୫ ତାରିଖ ରାତିରେ ନୟାଗଡ଼ରେ ମାଓ ଆକ୍ରମଣକୁ ପୁଲିସ ତଥା ଜନସାଧାରଣ ଏବେ ବି ପାସୋରି ପାରିନାହାନ୍ତି। ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଏହି ଆକ୍ରମଣ ଘଟଣାକୁ ୧୨ ବର୍ଷ ବିତିବାକୁ ଯାଉଥିବା ବେଳେ, ସାଧାରଣରେ ବଡ଼ ଧରଣର ଅଘଟଣ ଆଶଙ୍କାକୁ ନେଇ ଆତଙ୍କ ପ୍ରକାଶ ପାଇଛି। ତେବେ ନୟାଗଡ଼ ମାଓବାଦୀଙ୍କ ନଜରରେ ରହିଥିବା ବେଳେ, ଆକ୍ରମଣର ୧୨ ବର୍ଷ ପରେ ବି ମାଓ ମୁକାବିଲା ପାଇଁ ପ୍ରଶାସନର ବିଶେଷ ପ୍ରସ୍ତୁତି ପରିଲକ୍ଷିତ ହେଉନାହିଁ। ସ୍ବତନ୍ତ୍ର ବାଟାଲିଅନ୍, ଏସ୍ଓଜି ଆଦିର ବ୍ୟବସ୍ଥା ନୟାଗଡ଼ରେ କରାଯାଇନଥିବା କଥା କହି ଜଣେ ପୁଲିସ କର୍ମଚାରୀ ବି ଶଙ୍କାଗ୍ରସ୍ତ ହୋଇ ପଡ଼ିଛନ୍ତି। ଯଦି ପୁଣି ମାଓବାଦୀ ପଶି ଆସନ୍ତି, ନୟାଗଡ଼ ପୁଲିସ ତାଙ୍କୁ କିଭଳି ମୁକାବିଲା କରିବ ସେଥିନେଇ ସନ୍ଦେହ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/Naksli-Mao-750x430-1.jpg)