ନୟାଗଡ : ନୟାଗଡରେ କଙ୍ଗାରୁ କୋର୍ଟ । ଗାଁ ଦାଣ୍ଡରେ ଶିକ୍ଷକଙ୍କୁ ଆଣ୍ଠେଇ ଚଲେଇଲେ ଏବଂ ପୁଣି ଗୋଡ ତଳେ ଗଳାଇଲେ ଗାଁ ଲୋକ । ସଭାଡାକି ଗାଁ ଲୋକ ଶିକ୍ଷକଙ୍କୁ ଭୁଲମାଗିବା ସହ ଜଣଙ୍କ ଗୋଡ ତଳେ ଗଳିବାକୁ ବାଧ୍ୟ କରାଯାଇଛି । ଏପରିକି ଏହି ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଲଜ୍ୟାରେ ଶିକ୍ଷକ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଅଭିଯୋଗ ପରେ ପୁଲିସ ୨ଜଣଙ୍କୁ ଗିରଫ କରିବା ସହ ୩ଜଣଙ୍କୁ ଖୋଜୁଛି । ଏହି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲାର ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡା ଗାଁରେ ।
ପାଟଚଣ୍ଡୀ ପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବାଉଁଶିଆପଡାରେ ଶ୍ରୀଧର ନାୟକଙ୍କୁ ଏପରି ଅମାନୁଷିକ ନିର୍ଯ୍ୟାତନା ଦେଇଛନ୍ତି ଗାଁର କିଛି ଲୋକ । ପୂର୍ବ ବିବାଦକୁ କେନ୍ଦ୍ର କରି ଏଭଳି ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଶ୍ରୀଧର ଇଟାମାଟି ଥାନାରେ ଅଭିଯୋଗ କରିବା ପରେ ପୁଲିସ ବଳରାମ ପୁର ଗାଁର ମାୟାଧର ପ୍ରଧାନ ଓ ସଂଜୟ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୁଖ୍ୟ ଖଳନାୟକ ବାରିଧର ଫେରାର ଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-23-08h54m32s561.png)