କନକ ବ୍ୟୁରୋ : ନିଲମ୍ବିତ ହେଲେ ନୟାଗଡ଼ ଆଇଆଇସି । ପରୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୋଲିସ ଡିଜି ଅଭୟ । ପରୀ ମାମଲାରେ ନୟାଗଡ ସଦର ଆଇଆଇସି ରୀନାରାଣୀ ସାହୁଙ୍କୁ ଆଜି ନିଲମ୍ବନ କରାଯାଇଛି ।
ସେପଟେ ନୟାଗଡ ଏସଡିପିଓଙ୍କୁ ମଧ୍ୟ ବଦଳି କରାଯାଇଛି । ନୟାଗଡ ଏସଡିପିଓ ନିରଞ୍ଜନ ପାଢୀଙ୍କୁ ଡିଏସପି କନ୍ଧମାଳ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି ।
ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ଆଜି ନୟାଗଡ଼ ଥାନା ଆଇଆଇସି ରୀତାରାଣୀ ସାହୁଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ଏସଡିପିଓ ନିରଞ୍ଜନ ସାହୁଙ୍କୁ କନ୍ଧମାଳ ଡିଏସପି ଭାବେ ବଦଳି କରାଯାଇଛି । ଆଇଆଇସି ରୀତାରାଣୀ ପରୀ ମା’ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେବା ପରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଏହି ପଦକ୍ଷେପ ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/17-11.jpg)