ଧାର ଟଙ୍କା ମାଗିବାରୁ ଛୁରୀ ଭୁଷି ହତ୍ୟା : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଗଦାଧର ପ୍ରସାଦରେ ଅଘଟଣ

123

କନକ ବ୍ୟୁରୋ : ଧାର ଟଙ୍କା ମାଗିବାରୁ ଛୁରୀ ଭୁଷି ହତ୍ୟା । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଗଦାଧର ପ୍ରସାଦରେ ଅଘଟଣ । ସୂଚନା ଅନୁସାରେ ରମେଶ ମୁଦୁଲିଙ୍କ ଠାରୁ ଗୋଲ ରାଉତ ନାମ ଜଣେ ବ୍ୟକ୍ତି ୩୫ ହଜାର ଟଙ୍କା ଧାର ନେଇଥିଲେ । ବାରମ୍ବାର ଗୋଲ ରାଉତଙ୍କୁ ଟଙ୍କା ମାଗିବା ସତ୍ୱେ ସେ ଫେରାଉ ନଥିଲେ ।

ଟଙ୍କା ଫେରାଇବାକୁ ନେଇ ୨ଜଣଙ୍କ ଭିତରେ ବଚଷା ହୋଇଥିଲା । ଏହି ସମୟରେ ଗୋଲର ପୁଅ ଲକ୍ଷ୍ମୀଧର ଏକ ଧାରୁଆ ଭୁଜାଲିରେ ରମେଶଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ହୋଇଛି । ଇଟାମାଟି ପୋଲିସ ଘଟଣା ଛାନଭିନ ଆରମ୍ଭ କରିଥିବା ବେଳେ ହତ୍ୟାକାରୀ ପୁଅ ଓ ବାପା ଘଟଣାରେ ଫେରାର ଅଛନ୍ତି ।