ନୟାଗଡରେ ଓଲଟିଲା ବସ୍ । ୨୫ ଯାତ୍ରୀ ଆହତ, ୪ ଗୁରୁତର : ମହାପ୍ରଭୁଙ୍କ ଦର୍ଶନ ସାରି ଛତିଶଗଡ ଫେରୁଥିବାବେଳେ ଦୁର୍ଘଟଣା

276

କନକ ବ୍ୟୁରୋ :ନୟାଗଡରେ ଓଲଟିଲା ବସ୍ । ୨୫ ରୁ ଅଧିକ ଯାତ୍ରୀ ଆହତ । ଆହତମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଉଛି । ତେବେ ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଆଗଚକ ବାହାରି ଯିବାରୁ ବସଟି ଓଲଟି ପଡିଥିବା ସୂଚନା ମିଳିଛି ।

ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ଛତିଶଗଡ ଫେରୁଥିବାବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୪୫ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ଛତିଶଗଡରୁ ପୁରୀ ଆସିଥିଲା ବସ୍ । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।