କନକ ବ୍ୟୁରୋ: ଟିକଟକ୍ କରିବା ନିଶା ନେଇଗଲା ଜୀବନ । ନୟାଗଡ ଲେଙ୍କୁଡିପଡା ଗାଁରୁ ଆସିଲା ଲୋମଟାଙ୍କୁରା ଘଟଣା । ଟିକଟକ୍ କରିବା ସମୟରେ ଜଣେ ୧୫ ବର୍ଷୀୟ ନାବାଳକଙ୍କ ଜୀବନ ଚାଲିଯାଇଛି । ସୂଚନା ମୁତାବକ, ଉକ୍ତ ନାବାଳକ ଜଣ ସିଲିଂ ଫ୍ୟାନ୍ରେ ଶାଢିପିନ୍ଧି ଆତ୍ମହତ୍ୟା କରିବାର ଅଭିନୟ କରୁଥିବାବେଳେ ଚାଲିଗଲା ଜୀବନ । ଆଉ ସେହି ସମୟର ଲୋମଟାଙ୍କୁରା ଦୃଶ୍ୟ ମୋବାଇଲ ଫୋନରେ କଏଦ ହୋଇଛି । ଟିକ୍ଟକ୍ ଭିଡିଓ କରିବାବେଳେ ଦୁର୍ଭାଗ୍ୟବଶତଃ ନାବାଳଙ୍କ ମୃତ୍ୟୁ ହୋଇଛି ।
ତେବେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ୧୫ ବର୍ଷୀୟ ମୃତ ନାବାଳକ । ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିବାବେଳେ ଏପରି ଅଘଟଣ ଘଟିଛି । ପୂର୍ବରୁ ଟିକଟକରେ ଅନେକ ଭିଡିଓ କରି ସେୟାର କରିଛନ୍ତି ନାବାଳକ ଜଣଙ୍କ । ଗତ କାଲି ରାତିରେ ଟିକଟକରେ ଆତ୍ମହତ୍ୟାର ଅଭିନୟ କରିବାର ଭିଡିଓ କରୁଥିଲେ । ଆଉ ଏହି ଟିକଟକ୍ ହିଁ କାଳ ହେଲା । ନୟାଗଡ ଟାଉନ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/3-12.jpg)