କନକ ବ୍ୟୁରୋ: ଆଜିଠୁ ହରିୟାଣାରେ ସୈନୀ ସରକାର । ହରିୟାଣା ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂ ସୈନୀ । ପଦ ଓ ଗୌପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଶପଥ ସମାରୋହରେ ସାମିଲ ଥିଲେ ହରିୟାଣାର ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।

ତେବେ ହଠାତ୍ ହରିୟାଣା ରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିଛି । ଭାଙ୍ଗିଛି ବିଜେପି-ଜେଜେପି ମେଣ୍ଟ ସରକାର । ଆଉ ୟାରି ଭିତରେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାୟବ ସିଂ ସୈନୀ । ତାଙ୍କ ସହ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମନହୋରଲାଲ ଖଟ୍ଟର । ରାଜ୍ୟପାଳଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଲୋକସଭାରେ ଗୋଟିଏ କିମ୍ବା ଦୁଇଟି ଆସନରେ ଲଢିବାକୁ ଚାହୁଁଥିଲା ଜେଜେପି । ହେଲେ ବିଜେପି ସମସ୍ତ ୧୦ଟି ଆସନରେ ଲଢିବାକୁ ଚାହୁଁଥିବା କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏବଂ ଶେଷରେ ବିଜେପି ସହ ମେଣ୍ଟରୁ ଓହରି ଯାଇଛି ଜେଜେପି । ଆଉ ୟାରି ଭିତରେ ମନୋହର ଲାଲ ଖଟ୍ଟର ଲୋକସଭା ଆସନରୁ ଲଢି ପାରନ୍ତି ବୋଲି ଚର୍ଚ୍ଚା ବି ହେଉଛି ।