କନକ ବ୍ୟୁରୋ : ଜେଲ ଦଣ୍ଡ ଭୋଗୁଥିବା ନକ୍ସଲଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଶାସନର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ । ବୋର୍ଡ ପରୀକ୍ଷା ଦେବେ ଜେଲ ଦଣ୍ଡ ଭୋଗୁଥିବା ନକ୍ସଲ । ଶିକ୍ଷା ଦ୍ୱାରା ସଂସାର ଆଣିବା ପାଇଁ ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀ କ୍ଷାର ବ୍ୟବସ୍ଥା କରାଇଛି ଜିଲ୍ଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ କାଙ୍କେର ଜିଲ୍ଲା ପ୍ରଶାସନର ଏହି ଅଭିନବ ପଦକ୍ଷେପକୁ ନେଇ ଚର୍ଚ୍ଚା ବଢିଛି । ପ୍ରଶାସନ ପକ୍ଷରୁ ବିଚାରଧିନ କଏଦୀଙ୍କ ଫର୍ମ ଫିଲଅପର ସମସ୍ତ ଫି ବହନ କରିବା ସହ ପୁସ୍ତକ ଯୋଗାଇ ଦିଆଯାଇଛି । ମୋଟ ୯ ଜଣ ନକ୍ସଲ ଦଶମ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୩ ଜଣ କଏଦୀ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି । ଷ୍ଟେଟ ଓପନ ୟୁନିର୍ଭସିଟିରେ ହେବାକୁ ଥିବା ଏହି ପରୀକ୍ଷାରେ ସେମାନେ ଜେଲ ହାଜତରେ ପରୀକ୍ଷା ଦେବେ ବୋଲି ଜଣାପଡିଛି । କଏଦୀମାନେ ପଢାପଢି କରି ପରୀକ୍ଷା ପାଇଁ ପ୍ରସ୍ୁତ ହେଉଛନ୍ତି । ଆଗକୁ କାଙ୍କେର ଜେଲକୁ ପରୀକ୍ଷା କେନ୍ଦ୍ର ଭାବେ ପ୍ରସ୍ୁତ କରାଯିବ ବୋଲି ସୂଚନା ମିଳିଛି ।