ମାଓବାଦୀଙ୍କ ଟାର୍ଗେଟରେ ଓଡିଶାର ବ୍ରିଜ ! ସୁରକ୍ଷାକର୍ମୀଙ୍କୁ ସତର୍କ କରାଇଲା ଗୁଇନ୍ଦା ବିଭାଗ

Advertisment
ପୁଣି ମାତିଲେ ନକ୍ସଲ ! ରାସ୍ତା ନିର୍ମାଣ ଲାଗି ବ୍ୟବହୃତ ଗାଡି ପୋଡିଲେ, ମୃତ୍ୟୁଦଣ୍ଡ ପାଇଁ ଚେତାବନୀ ବି ଦେଲେ

କନକ ବ୍ୟୁରୋ : ମାଓବାଦୀ ନେତା ଏନ. କେଶବ ରାଓଙ୍କ ଟାର୍ଗେଟରେ ଏବେ ଓଡ଼ିଶାର ପୋଲ ଓ ସଡ଼କ ରହିଛି। ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ମାଓବାଦୀ ଗତିବିଧିକୁ ସକ୍ରିୟ କରିବା ପାଇଁ ସେ ଉଦ୍ୟମ ଚଳାଇଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। କେବଳ ଓଡ଼ିଶା ନୁହେଁ, ବିହାରରେ ମଧ୍ୟ ସେ ହିସାଂତ୍ମକ କାଣ୍ଡ ଭିଆଇବା ଯୋଜନା ରଖିଛନ୍ତି। ସଡ଼କ ଓ ପୋଲଗୁଡ଼ିକୁ ଟାର୍ଗେଟ କରିବା ପାଇଁ ସେ କ୍ୟାଡରମାନଙ୍କୁ ଆହ୍ବାନ କରିଛନ୍ତି। ଏକ ସୂତ୍ର ଅନୁଯାୟୀ, ନକ୍ସଲ ନେତା ରାଓ କୋରାପୁଟ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମାଣ କାର୍ଯ୍ୟରେ ସାମିଲ ଥିବା ବାହନ ଗୁଡ଼ିକ ଉପରେ ଆକ୍ରମଣ କରିବା ସହିତ ମାଲକାନଗିରିର ସପ୍ତଧାରା ପୋଲକୁ ଉଡ଼ାଇ ଦେବା ପାଇଁ କ୍ୟାଡରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

publive-imageଏତଦ୍ବ୍ୟତୀତ ଛତିଶଗଡ଼ ଓ ଝାଡ଼ଖଣ୍ଡର ସୁରକ୍ଷା ବାହିନୀ ଉପରେ ଟାର୍ଗେଟ କରିବା ପାଇଁ ମଧ୍ୟ କୁହାଯାଇଛି। ଗୁଇନ୍ଦା ସୂଚନା ମିଳିବା ପରେ ରାଓଙ୍କ ସମସ୍ତ ଆକ୍ରମଣାତ୍ମକ ଉଦ୍ୟମକୁ ପଣ୍ଡ କରିବା ଲାଗି କେନ୍ଦ୍ର ସରକାର ସିଆରପିଏଫ, ବିଏସଏଫ ଓ ଆଇବି ଟିମକୁ ନିର୍ଦ୍ଦେଶ ଦେଇଛନ୍ତି। ରାଓ ସିପିଆଇ ମାଓବାଦୀର ସାଧାରଣ ସମ୍ପାଦକ ଦାୟିତ୍ବ ନେବା ପରେ ଆଇଇଡି ବିସ୍ଫୋରଣ ଘଟଣା ବୃଦ୍ଧି ହୋଇଥିବା ଗୁଇନ୍ଦା ସୂତ୍ରରୁ ଜଣାଯାଇଛି। ତେବେ ମାଓବାଦୀମାନେ ନିଦ୍ଧିଷ୍ଟ କେଉଁ ପୋଲ ଉପରେ ନଡର ରଖିଛନ୍ତି ତାହା ଜଣାପଡିନଥିଲା ବେଳେ ସମସ୍ତ ମାଓ ଇଲାକାରେ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବା ସହ ଲାଲବାହିନୀଙ୍କ ଗତିପଥ ଉପରେ ନଜର ରଖିବା ପାଇଁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe