ଜାଳିଦେଲେ ପୁଲିଂ ଗାଡି: ପୁଲିଂ କର୍ମଚାରୀଙ୍କୁ ଓହ୍ଲାଇ ଗାଡିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ମାଓବାଦୀଙ୍କ ହାତ ଥିବା ସନ୍ଦେହ

Advertisment
ଜାଳିଦେଲେ ପୁଲିଂ ଗାଡି: ପୁଲିଂ କର୍ମଚାରୀଙ୍କୁ ଓହ୍ଲାଇ ଗାଡିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ମାଓବାଦୀଙ୍କ ହାତ ଥିବା ସନ୍ଦେହ

କନକ ବ୍ୟୁରୋ: ପୁଲିଂ ଗାଡି ଜାଳିଦେଲେ ଦୃର୍ବୁତ୍ତ । କନ୍ଧମାଳ ଫିରିଙ୍ଗିଆ ମୁଙ୍ଗୁନିପଦରରେ ପୁଲିଂ ଗାଡିକୁ ଦୃର୍ବୁତ୍ତ ଜାଳିଦେଇଛନ୍ତି । ପୁଲିଂ କର୍ମଚାରୀଙ୍କୁ ଗାଡିରୁ ଓହ୍ଲାଇ ଗାଡିକୁ ଜାଳିଦେଇଛନ୍ତି ଦୁର୍ବୃତ୍ତ । ସମସ୍ତ ପୁର୍ଲିଂ କର୍ମଚାରୀ ସୁରକ୍ଷିତ ଅଛନ୍ତି । ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ସୂଚନା ମୁତାବକ, ଆଜି ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳର ମୁଙ୍ଗୁନିପଦରଠାରେ ମାଓବାଦୀମାନେ ପୋଲିଙ୍ଗ୍ ପାର୍ଟି ଯାଉଥିବା ଗୋଟିଏ ଗାଡ଼ିକୁ ପୋଡ଼ି ଦେଇଛନ୍ତି। ଗାଡ଼ିଟିକୁ ପୋଡ଼ିବା ପୂର୍ବରୁ ଦୁର୍ବୃତ୍ତ ମାନେ ପୋଲିଙ୍ଗ୍ ପାର୍ଟିର ସମସ୍ତ ସଦସ୍ୟଙ୍କୁ ଓହ୍ଲାଇ ଦେଇଥିବା ଖବର ଆସିଛି। ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି। ତେବେ ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe