ଲାତହରରେ ନକ୍ସଲ ପୋଲିସ ଗୁଳି ବିନିମୟ । ସହିଦ ବୀର ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପୋଲିସ ବାହିନୀ ।

204

କନକ ବ୍ୟୁରୋ : ଝାଡଖଣ୍ଡ ରାଜ୍ୟ ପୁଲିସର ୪ ସୈନଙ୍କୁ ଶ୍ରଦ୍ଧାଞ୍ଜଳି । ଗତକାଲି ଲାତହର ଜିଲ୍ଲାରେ ନକ୍ସଲ ଏବଂ ପୋଲିସଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସହିଦ୍ ହୋଇଥିବା ୪ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଝାଡ଼ଖଣ୍ଡ ପୋଲିସ୍ । ଝାଡଖଣ୍ଡ ଲାତେହାର ଜିଲ୍ଲାରେ ଶୁକ୍ରବାର ରାତିରେ ପୋଲିସ- ମାଓବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ପ୍ରାଣ ହରାଇଥିଲେ ୪ ଜଣ ଯବାନ । ଚାନ୍ଦୱା ପୋଲିସ ଥାନା ଅନ୍ତର୍ଗତ ଏକ ୪ଚକିଆ ଗାଡିରେ ପୋଲିସ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପାଖାପାଖି ରାତି ୮ଟା ୩୦ ମିନିଟ୍ ସମୟରେ ହୋଇଥିଲା ।

ମାଓବାଦୀଙ୍କୁ ପୋଲିସ ତରଫରୁ ମଧ୍ୟ କଡା ଜବାବରେ ଗୁଳି ବର୍ଷା କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଆକ୍ରମଣରେ ସବ୍-ଇନିସପେକ୍ଟର(ଏସଆଇ) ର୍ୟାଙ୍କ ଅଧିକାରୀ ସମେତ ତିନି ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ଏବଂ ଏଥିରେ କିଛି ହୋମଗାର୍ଡ ଆହତ ହୋଇଛନ୍ତି । ଝାଡଖଣ୍ଡରେ ୮୧ଟି ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ୩୦ତାରିଖରୁ ବିଧାନସଭା ନିର୍ବାଚନ ହେବ । ପାଞ୍ଚଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଏବଂ ଭୋଟଗଣତି ୨୩ ଡିସେମ୍ବରରେ ହେବ ।