ବୌଦ୍ଧରେ ଲାଗିଲା ମାଓ ପୋଷ୍ଟର । ପୋଲିସକୁ ଦେଲେ ଚେତାବନୀ, ଗଞ୍ଜେଇ ଚାଷ ନାଁରେ ଗୁଇନ୍ଦାଗିରି ବନ୍ଦ ନକଲେ ଭୋଗିବ ପରିଣାମ ।

ବୌଦ୍ଧରେ ଲାଗିଲା ମାଓ ପୋଷ୍ଟର । ପୋଲିସକୁ ଦେଲେ ଚେତାବନୀ, ଗଞ୍ଜେଇ ଚାଷ ନାଁରେ ଗୁଇନ୍ଦାଗିରି ବନ୍ଦ ନକଲେ ଭୋଗିବ ପରିଣାମ ।

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ବୌଦ୍ଧରେ ପୁଣି ଲାଗିଲା ମାଓ ପୋଷ୍ଟର । ମନମୁଣ୍ଡା ଥାନା ଅନ୍ତର୍ଗତ ନୂର୍ପା ଛକରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ମାଓ ପୋଷ୍ଟର ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି । ପୋଷ୍ଟରଟି କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ମରାଯାଇଥିବା ଜଣାପଡିଛି ।

ଗଞ୍ଜେଇ ଚାଷ ପାଇଁ ପ୍ରୋତ୍ସାହନ ଦେଉଥିବା ପୋଲିସଙ୍କୁ ପୋଷ୍ଟର ମାରି ଚେତାବନୀ ଦେଇଛନ୍ତି ମାଓବାଦୀ । ପୋଲିସ ପ୍ରଶାସନର ସହାୟତାରେ ବାହାରୁ ଗଂଜେଇ ମାଫିଆ ଆସି ଜଙ୍ଗଲ ନଷ୍ଟ କରିବା ସହ ଆଦିବାସୀଙ୍କ ଜମିକୁ କବଜା କରୁଛନ୍ତି । ଗଂଜେଇ ଚାଷ ନାଁରେ ପୋଲିସର ଗୁଇନ୍ଦାଗିରି ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି ମାଓବାଦୀ ସଂଗଠନ । ଏଥିରୁ ନିବୃତ ନରହିଲେ ପରିମାଣ ଭୋଗିବାକୁ ମାଓ ସଂଗଠନ ଚେତାବନୀ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe