କନକ ବ୍ୟୁରୋ : କିଛି ଦିନର ନିରବତା ପରେ ବୌଦ୍ଧରେ ପୁଣି ଲାଗିଲା ମାଓ ପୋଷ୍ଟର । ମନମୁଣ୍ଡା ଥାନା ଅନ୍ତର୍ଗତ ନୂର୍ପା ଛକରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ମାଓ ପୋଷ୍ଟର ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି । ପୋଷ୍ଟରଟି କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ମରାଯାଇଥିବା ଜଣାପଡିଛି ।
ଗଞ୍ଜେଇ ଚାଷ ପାଇଁ ପ୍ରୋତ୍ସାହନ ଦେଉଥିବା ପୋଲିସଙ୍କୁ ପୋଷ୍ଟର ମାରି ଚେତାବନୀ ଦେଇଛନ୍ତି ମାଓବାଦୀ । ପୋଲିସ ପ୍ରଶାସନର ସହାୟତାରେ ବାହାରୁ ଗଂଜେଇ ମାଫିଆ ଆସି ଜଙ୍ଗଲ ନଷ୍ଟ କରିବା ସହ ଆଦିବାସୀଙ୍କ ଜମିକୁ କବଜା କରୁଛନ୍ତି । ଗଂଜେଇ ଚାଷ ନାଁରେ ପୋଲିସର ଗୁଇନ୍ଦାଗିରି ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି ମାଓବାଦୀ ସଂଗଠନ । ଏଥିରୁ ନିବୃତ ନରହିଲେ ପରିମାଣ ଭୋଗିବାକୁ ମାଓ ସଂଗଠନ ଚେତାବନୀ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/19-10.jpg)