ନକ୍ସଲଙ୍କ ହାତରେ ଘାତକ ଜର୍ମାନ ଜି-୩ ରାଇଫଲ୍ ! ଲାଲବାହିନୀକୁ କିଏ ଦେଉଛି ଏହି ବିଦେଶୀ ରାଇଫଲ୍

Advertisment
ନକ୍ସଲଙ୍କ ହାତରେ ଘାତକ ଜର୍ମାନ ଜି-୩ ରାଇଫଲ୍ ! ଲାଲବାହିନୀକୁ କିଏ ଦେଉଛି ଏହି ବିଦେଶୀ ରାଇଫଲ୍

କନକ ବ୍ୟୁରୋ : ନକ୍ସଲଙ୍କ ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଦେଶୀ ନୁହେଁ ବିଦେଶୀ ରାଇଫଲ । ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଆରମ୍ଭ କରିଛନ୍ତି। ସୁକମା ପୁଲିସକୁ ଜର୍ମାନ ଜି-୩ ରାଇଫଲ ମିଳିବା ପରେ ଏହା ସ୍ପଷ୍ଟ ହୋଇଛି। ଜର୍ମାନୀରେ ପ୍ରସ୍ତୁତ ହେଉଥିବା ଏହି ଘାତକ ରାଇଫଲର ମାରକ କ୍ଷମତା ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ରାଇଫଲ ଠାରୁ ବହୁତ ଅଧିକ।

ସୁକମା ଏସପି ଅଭିଷେକ ମୀନାଙ୍କ କହିବା ହେଲା ଏହି ରାଇଫଲକୁ ଯାଞ୍ଚ କରାଯାଉଛି। କେଉଁ ପ୍ରକାର ରାଇଫଲ ଏବଂ ଏହାର ବୈଶିଷ୍ଟ୍ୟ ସଂପର୍କରେ ତଦନ୍ତ ପରେ କୁହାଯାଇପାରିବ ବୋଲି କହିଥିଲେ।

ଗତ ମେ ୧ ତାରିଖରେ କିଷ୍ଟରାମ ଠାରେ ଗୁଳି ବିନିମୟ ସମୟରେ ପୁଲିସକୁ ଏହି ଅତ୍ୟାଧୁନିକ ରାଇଫଲ ମିଳିଥିଲା। ପୂର୍ବରୁ ନକ୍ସଲ ଦେଶୀ ବନ୍ଧୁକ ସହ କାଁ ଭାଁ ଏକ-୪୭ ରାଇଫଲ ବ୍ୟବହାର କରୁଥିଲେ। ବୋମା ମଧ୍ୟ ସେମାନେ ନିଜ ହାତରେ ପ୍ରସ୍ତୁତ କରୁଥିଲେ। ପ୍ରଥମ ଥର ବିଦେଶୀ ହତିଆର ମିଳିଥିବାରୁ ପୁଲିସର ଚିନ୍ତା ବଢିଛି। ନକ୍ସଲ ଏହା କେଉଁଠାରୁ ଆଣିଲେ ଏବଂ କିଏ ଏସକୁ ବିଦେଶରୁ ଆଣି ଯୋଗାଇ ଦେଉଛି ତାହାର ତଦନ୍ତ ହେବା ଜରୁରି ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe