କନକ ବ୍ୟୁରୋ : ଯବାନଙ୍କୁ ଟାର୍ଗେଟ କରି ନକ୍ସଲ କରିଥିବା ବିସ୍ଫୋରଣରେ ସାଧାରଣ ଲୋକ ଆହତ ହୋଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ନକ୍ସଲଙ୍କ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା। ବିଳମ୍ବରେ ହେଲେ ବି ଏହି ଘଟଣାକୁ ନେଇ ନକ୍ସଲ ସଂଗଠନ ନିଜ ଭୁଲ ସ୍ବୀକାର କରିଛି। ଏପରିକି ସାଧାରଣ ଜନତାଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରିଛି।ସୂଚନା ଅନୁଯାୟୀ, ନିର୍ବାଚନକୁ ଦୃଷ୍ଟିରେ ରଖି ପଡ଼ୋଶୀ ଛତିଶଗଡ଼ରେ ସୁରକ୍ଷା କର୍ମୀଙ୍କ ଗତିବିଧି ବଢ଼ିଥିଲା। ତେଣୁ ବିଜାପୁର ଜିଲ୍ଲାର କୋଡେପାଲ୍ଲୀ ଏବଂ ନେମେଡ ଅଂଚଳରେ ନକ୍ସଲ ଲ୍ୟାଣ୍ଡମାଇନ ଖଂଜିଥିଲେ।
ଗତ ମାର୍ଚ୍ଚ ମାସ ୨୦ତାରିଖ ଦିନ ନକ୍ସଲଙ୍କୁ ସୂଚନା ମିଳିଥିଲା ଯେ ଯେଉଁ ରାସ୍ତାରେ ଲ୍ୟାଣ୍ଡ ମାଇନ ଖଞ୍ଜିଛନ୍ତି ସେହି ରାସ୍ତାରେ ଯବାନ ଯାଉଛନ୍ତି। ଏହାପରେ ନକ୍ସଲ ଆମ୍ବୁସ ଲଗାଇ ବସିବା ସହ ଯବାନଙ୍କ ଆସିବା ବାଟକୁ ଅପେକ୍ଷା କରି ରହିଥିଲେ। ଏହି ସମୟରେ ସାଧାରଣ ଯାତ୍ରୀଙ୍କୁ ନେଇ ଗୋଟିଏ ବଲେରୋ ସେହି ରାସ୍ତାରେ ଯାଉଥିଲା। ସେହି ଗାଡ଼ିରେ ଯବାନ ଯାଉଥିବା ଅନୁମାନ କରି ନକ୍ସଲ ବିସ୍ଫୋରଣ କରିଥିଲେ।
ଯାହାଫଳରେ ୯ରୁ ଊର୍ଧ୍ବ ସାଧାରଣ ନାଗରିକ ଆହତ ହୋଇଥିଲେ। ଏହି ଘଟଣା ପ୍ରଚାରିତ ହେବାପରେ ନକ୍ସଲ ସଂଗଠନ ବିରୋଧରେ ସ୍ବର ଉଠିବା ଆରମ୍ଭ ହୋଇଥିଲା। ନକ୍ସଲଙ୍କ ଏଭଳି ବର୍ବରକାଣ୍ଡକୁ ସାଧାରଣରେ ନିନ୍ଦା କରାଯାଇଥିଲା। ନକ୍ସଲ ବି ଏନେଇ ଜାଣିବା ପରେ କ୍ଷମା ମାଗିଛନ୍ତି। ଏନେଇ ପଶ୍ଚିମ ବସ୍ତର ମାଓ ଡିଭିଜନ ପକ୍ଷରୁ ଗୋଟିଏ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି। ସେଥିରେ ଗତ ୨୦ ତାରିଖରେ ଘଟିଥିବା ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଏବଂ ବୁଦ୍ଧିଜୀବୀଙ୍କୁ କ୍ଷମା ମାଗୁଛୁ ବୋଲି ଉଲ୍ଲେଖ କରାଯାଇଛି। ଆଗକୁ ଏଭଳି ଘଟଣା କେବେ ଘଟିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/naxal_B_180716.jpg)