ମାଓବାଦୀଙ୍କ ଭୟଙ୍କର ଷଡଯନ୍ତ୍ର ! ରେକି କଲାବେଳେ ଧରାପଡିଲେ ଦୁଇ ସଦିଗ୍ଧ ମାଓବାଦୀ, ଗୁରୁପ୍ରିୟା ସେତୁ ବିସ୍ପୋରଣ କରି ଉଡାଇବାକୁ ପ୍ରସ୍ତୁତ କରୁଥିଲେ ଯୋଜନା

40

କନକ ବ୍ୟୁରୋ : ମାଓବାଦୀଙ୍କ ଭୟଙ୍କର ଷଡଯନ୍ତ୍ର । ମାଲକାନଗିର ବିଚ୍ଛିନ୍ନାଞ୍ଚଳ ପାଇଁ ଲାଇଫଲାଇନ କୁହାଯାଉଥିବା ନିର୍ମାଣଧୀନ ଗୁରୁପ୍ରିୟା ସେତୁକୁ ବିସ୍ପୋରଣ କରି ଉଡାଇଦେବାକୁ ମାଓବାଦୀ ଯୋଜନା ପ୍ରସ୍ତୁତ କରୁଛନ୍ତି । ଆଜି ଗୁରୁପ୍ରିୟା ସେତୂୁର ନିର୍ମାଣ କାମ ଚାଲୁଥିବା ବେଳେ ରେକି କରୁଥିବା ନେଇ ଗୁରୁପ୍ରୀୟା ଘାଟିରୁ ୨ ଜଣ ସଦିଗ୍ଧ ମାଓବାଦୀଙ୍କୁ ଧରିଛନ୍ତି ବିଏସଏଫ ଯବାନ । ୨ ସଦିଗ୍ଧଙ୍କୁ ବିଏସଏଫ୍ କ୍ୟାମ୍ପରେ ପଚରାଉଚରା କରାଯାଉଛି । କଣ ପାଇଁ ସେମାନେ ନିର୍ମାଣଧୀନ ସ୍ଥଳକୁ ଆସିଥିଲେ । କଣ ଥିଲା ଉଦ୍ଦେଶ୍ୟ । କେଉଁ ମାଓବାଦୀ ସଙ୍ଗଠନ ସହ ଜଡିତ ଅଛନ୍ତି ସେମାନେ । ଏଭଳି କିଛି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ପଚରାଉଚରା କରିବା ପରେ ଦୁଇ ସଦିଗ୍ଧଙ୍କୁ ଏସପିଙ୍କ ପାଖକୁ ହସାନ୍ତର କରାଯିବ ବୋଲି ଜଣା ପଡିଛଛି । ଅଟକ ଦୁଇ ସଦିଗ୍ଧ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି ।

ପୂର୍ବରୁ ଗୁରୁପ୍ରିୟା ସେତୁ କାମକୁ ବିରୋଧ କରୁଥିଲେ ନକ୍ସଲ । ଗୁରୁପ୍ରିୟା ସେତୁ ନିର୍ମାଣ ହେଲେ ମାଲକାନଗିର ବିଚ୍ଛିନ୍ନାଞ୍ଚଳର ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳିଯିବ । ଏହାସହ ଗମନାଗମନର ସୁବିଧା ହେବା ସହ ଅଞ୍ଚଳର ବିକାଶ ହେବ ବୋଲି ସରକାର ଏହି ସେତୁର ନିର୍ମାଣକୁ ଖୁବଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି । କିନ୍ତୁ ବାରମ୍ବାର ଗୁରୁପ୍ର୍ରିୟା ସେତୂୁକୁ ଟାର୍ଗେଟ କରୁଛନ୍ତି ମାଓ ସଙ୍ଗଠନ । ଏପରିକି ପୂର୍ବରୁ ମାଓବାଦୀ ମାନେ ଗୁରୁପ୍ରିୟା ସେତୁର କାମ କରୁଥିବା ଠିକା କମ୍ପାନିର କ୍ୟାମ୍ପ ହାଉସକୁ ଟାର୍ଗେଟ କରିଥିଲେ । ମାଓବାଦି ମାନେ ବାରମ୍ବାର ଗରୁପ୍ରିୟା ସେତୁର କାମ ରୋକିବାକୁ ପ୍ରୟାସ କରୁଛନ୍ତି । ଯେହେତୁ କଡା ସୁରକ୍ଷାବଳୟ ମଧ୍ୟରେ ଏବେ ଗୁରୁପ୍ରିୟା ସେତୁର ନିର୍ମାଣ କାଯ୍ୟ ଚାଲିଛି । ତେଣୁ ବିସ୍ପୋରଣ କରି ଗୁରୁପ୍ରିୟା ସେତୁର କାମ ଅଟକାଇବାକୁ ଚାହୁଁଛନ୍ତି ମାଓବାଦୀ ।