ମାଓବାଦୀଙ୍କ ନୃଶଂସ କାଣ୍ଡ । ସ୍ତ୍ରୀଙ୍କ ଆଖି ଆଗରେ ଡିଆରଜି ଯବାନଙ୍କୁ ତଣ୍ଟି କାଟି କଲେ ହତ୍ୟା ।

Advertisment
ମାଓବାଦୀଙ୍କ ନୃଶଂସ କାଣ୍ଡ । ସ୍ତ୍ରୀଙ୍କ ଆଖି ଆଗରେ ଡିଆରଜି ଯବାନଙ୍କୁ ତଣ୍ଟି କାଟି କଲେ ହତ୍ୟା ।

କନକ ବ୍ୟୁରୋ : ଛତିଶଗଡର ସୁକମା ଜିଲ୍ଲାର ଦୋରନାପାଲ ଥାନା ଅନ୍ତର୍ଗତ ପେଣ୍ଟା ଗାଁରେ ଜଣେ ଡିଆରଜି ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ । ଗତକାଲି ରାତି ପ୍ରାୟ ସାଢେ ଦଶଟା ବାଜିଥିବ। ପେଣ୍ଟା ଗାଁର ବାସିନ୍ଦା ବେଟ୍ଟି ଭୀମା ଡିଆରଜି ଯବାନ ଭାବେ କାମ କରନ୍ତି। ସେ ଘରକୁ ଫେରିଥିଲେ। ଏହି ଖବର ନକ୍ସଲଙ୍କ ନିକଟରେ ପହଞ୍ଚିଥିଲା। ପ୍ରାୟ ୧୦ରୁ ୨୦ ନକ୍ସଲ ଗାଁରେ ପଶି ଭୀମାଙ୍କ ଘରକୁ ଯାଇଥିଲେ। ନକ୍ସଲ ଆସିଥିବା ଜାଣିବା ପରେ ଭୀମା ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ନକ୍ସଲ ତାଙ୍କୁ ଘେରି କାବୁ କରିଥିଲେ। ତାଙ୍କ ଘର ସାମ୍ନାରେ ଥିବା ଏକ ତେନ୍ତୁଳି ଗଛ ନିକଟରେ ଧାରୁଆ ଅସ୍ତ୍ରରେ ଭୀମାଙ୍କର ତଣ୍ଟି କାଟି ଦେଇଥିଲେ। ଯାହାଫଳରେ ଭୀମା ଛଟପଟ ହୋଇ ସେଠାରେ ମୃତ୍ୟୁବରଣ କରିଥିଲେ।

ପ୍ରକାଶ ଥାଉକି ଭୀମାଙ୍କର ତିନୋଟି ସନ୍ତାନ ରହିଛନ୍ତି। ପତ୍ନୀ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଯେତେ ନେହୁରା ହୋଇଥିଲେ ମଧ୍ୟ ନକ୍ସଲ ଛାଡି ନଥିଲେ। ନକ୍ସଲ ତାଙ୍କ ଟ୍ରାକ୍ଟର ଏବଂ ମଟର ସାଇକେଲର ଚାବି ମାଗିଥିଲେ। ତେବେ ପତ୍ନୀ ଗାଡିର ଚାବି ତାଙ୍କ ନିକଟରେ ନଥିବା କହିଥିଲେ। ନକ୍ସଲ ରାତିରେ ଦୀର୍ଘ ସମୟ ଧରି ତାଣ୍ଡବ ରଚାଇଥିଲେ। ପରେ ଗ୍ରାମବାସୀ ଡିଆରଜି କ୍ୟାମ୍ପକୁ ଖବର ଦେଇଥିଲେ। ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଭୀମାର ମୃତ୍ୟୁ ହୋଇଯାଇଥିଲା। ତେବେ ନକ୍ସଲ ଶବ ନିକଟରେ କୌଣସି ପୋଷ୍ଟର ଛାଡିକି ଯାଇନାହାନ୍ତି।ଦୋରନାପାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe