କନକ ବ୍ୟୁରୋ: ଛତିଶଗଡ ମାଓ ହମଲା ନେଇ ଆସିଲା ବଡ ଖବର । ମାଓବାଦୀଙ୍କ କବଜାରେ ନିଖୋଜ ଯବାନ । ବିଜାପୁର ମାଓ ହମଲା ଘଟଣାରେ ନିଖୋଜ ଯବାନଙ୍କୁ କବଜା କରି ରଖିଛନ୍ତି ମାଓବାଦୀ । ଗତ ୩ ଦିନ ଧରି ଯବାନ କବଜାରେ ଥିବା ସ୍ପଷ୍ଟ କଲା ମାଓ ସଙ୍ଗଠନ । ତେବେ ଏନକାଉଣ୍ଟର ପରେ ନିଖୋଜ ଥିଲେ ଜଣେ ଯବାନ । ଗତ ୩ ଦିନ ଧରି ମାଓବାଦୀ ଯବାନଙ୍କୁ ବନ୍ଦୀ କରି ରଖିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ ଯୋଗେ ମାଓବାଦୀଙ୍କ ସୂଚନା । ତେବେ କବଜାରେ ଥିବା ଯବାନଙ୍କ ନାଁ ରାକେଶ୍ୱର ସିଂ ମନହସ । ୨୧୦ କୋବ୍ରା ବାଟାଲିୟନର ଯବାନ ଅଟନ୍ତି ରାକେଶ୍ୱର । ଯବାନ ମାଓବାଦୀଙ୍କ ପାଖେ ସୁରକ୍ଷିତ ଥିବା କହିଛି ମାଓ ସଙ୍ଗଠନ ।
ତେବେ ଛତିଶଗଡରେ ମାଓ ଆକ୍ରମଣ, ସାରା ଦେଶକୁ ଦୋହଲାଇ ଦେଇଛି । ବିଜାପୁର ଜିଲ୍ଲାରେ ଏକ ପ୍ରକାର ନରସଂହାର କରିଛନ୍ତି ମାଓବାଦୀ । ବେଶ କିଛି ମାସ ଧରି ନିସ୍କ୍ରିୟ ଥିବା ଏହି ଉଗ୍ରବାଦୀ ସଂଗଠନ ନିଜ ସ୍ଥିତିକୁ ଜାହିର କରିବା ପାଇଁ ରକ୍ତର ହୋଲି ଖେଳିଛି । ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ ଯବାନଙ୍କୁ ଘେରିଯାଇଥିଲେ ପ୍ରାୟ ୪ ଶହ ମାଓବାଦୀ । ଯବାନଙ୍କ ସଂଖ୍ୟା ବେଶ ଅଧିକ ଥିଲେ ମଧ୍ୟ ଏହି ଗରିଲା ଯୁଦ୍ଧରେ ଯବାନଙ୍କୁ ବେଶ କ୍ଷତି ପଞ୍ଚିଥିଲା । ଆକ୍ରମଣରେ ୨୨ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଆଉ ସେହି ନିଖୋଜ ଯବାନ ମାଓ କବଜାରେ ଥିବା ସୂଚନା ମିଳିଛି । ଅନ୍ୟପଟେ ଆଜି ଛତିଶଗଡରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ନକ୍ସଲଙ୍କୁ ନିପାତ ପାଇଁ କହିଛନ୍ତି ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ ।