କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସାକାଣ୍ଡ ଘଟାଇଛନ୍ତି। ରାସ୍ତା ନିର୍ମାଣରେ ଲାଗିଥିବା ଗାଡିଗୁଡିକୁ ନକ୍ସଲ ନିଆଁ ଲଗାଇ ଜାଳି ଦେଇଛନ୍ତି। ସୁକମା ଜିଲ୍ଲାର ଏରାବୋରା ନିକଟ ଲେଣ୍ଡ୍ରା ଠାରେ ଚାଲିଥିବା ଏକ ରାସ୍ତା କାମରେ ନକ୍ସଲ ପହଞ୍ଚି ଉତ୍ପାତ ମଚାଇଥିଲେ। ସେଠାରେ କାମ କରୁଥିବା ଲୋକଙ୍କୁ ତୁରନ୍ତ ସ୍ଥାନ ଖାଲି କରିବାକୁ କହିବା ସହ କାମରେ ଲାଗିଥିବା ଟ୍ରାକ୍ଟର, ରୋଲର ଓ ମିକ୍ସଚର ମେସିନକୁ ନିଆଁ ଲଗାଇ ପୋଡି ଦେଇଥିଲେ।
ଏଥି ସହ ଏଠାରେ ପୁନଃ କାମ କଲେ ମୃତ୍ୟୁଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ କାମ କରୁଥିବା ଲୋକଙ୍କୁ ଚେତାବନୀ ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ରାସ୍ତା ନିର୍ମାଣ ସ୍ଥଳରେ କୌଣସି ସୁରକ୍ଷାକର୍ମୀ ନିୟୋଜିତ ହୋଇନଥିବାରୁ ସହଜରେ ନକ୍ସଲ ଏଠାରେ ପହଞ୍ଚି ହିଂସା ଘଟାଇବାରେ ସଫଳ ହୋଇଥିଲେ।
Follow Us