କନକ ବ୍ୟୁରୋ: ନକ୍ସଲ ଗୁଳିରେ ୩ ଯବାନ ସହିଦ, ୨ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଛି । ସୂଚନା ଅନୁସାରେ ଛତିଶଗଡ଼ ସୁକୁମାରେ ଡିଆରଜି ଯବାନମାନେ ସର୍ଚ୍ଚ ଅପରେସନ କରୁଥିବାବେଳେ ସେମାନେ ମାଓବାଦୀଙ୍କ ଅମ୍ବୁସରେ ଫଶି ଯାଇଥିଲେ । ଯବାନମାନେ ମାଓବାଦୀଙ୍କ ଅମ୍ବୁସରେ ଫଶିଯିବା ପରେ, ସୁଯୋଗ ଦେଖି ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ ଛକି ରହିଥିବା ଲାଲବାହିନୀ । ତାପରେ ଦୁଇ ପକ୍ଷ ମଧ୍ୟରେ କୁନ୍ଦେଡ ଓ ଜଗରଗୁଣ୍ଡା ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ।

Advertisment