ଛତିଶଗଡରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଯବାନଙ୍କ ବୁଲେଟପ୍ରୁଫ୍ ଗାଡି ଉଡାଇଲେ ନକ୍ସଲ । ସହିଦ ୫ ଯବାନଙ୍କ ମଧ୍ୟରେ ଜଣେ ଓଡିଆ, ୩ ଯବାନ ଗୁରୁତର ଆହତ

ଛତିଶଗଡରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଯବାନଙ୍କ ବୁଲେଟପ୍ରୁଫ୍ ଗାଡି ଉଡାଇଲେ ନକ୍ସଲ । ସହିଦ ୫ ଯବାନଙ୍କ ମଧ୍ୟରେ ଜଣେ ଓଡିଆ, ୩ ଯବାନ ଗୁରୁତର ଆହତ

କନକ ବ୍ୟୁରୋ :  ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଠାରେ ବଡ ଧରଣର ମାଓ ହମଲା । ନକ୍ସଲ ମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ସୁରକ୍ଷାକର୍ମୀ ଯାଉଥିବା ଏକ ବୁଲେଟପ୍ରୁଫ୍ ଗାଡିକୁ ଉଡାଇ ଦେଇଛନ୍ତି । ଏହି ଘଟଣାରେ ୫ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଆହତ ହୋଇଥିବା ଯବାନଙ୍କୁ ହେଲିକପ୍ଟର ଯୋଗେ ଚିକିତ୍ସା ଲାଗି ରାୟପୁର ସ୍ଥାନାନ୍ତରିତ କରାଯାଇଛି।

publive-imageସହିଦ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି । ସହିଦ ହୋଇଥିବା ଓଡ଼ିଆ ଯବାନ ବି.ଏମ୍.ବେହେରା ବୁଲେଟପ୍ରୁଫ ଗାଡ଼ି ଚଳାଉଥିଲେ। ତାଙ୍କର ବୟସ ୪୩ ବର୍ଷ ହୋଇଥିବା ବେଳେ ତାଙ୍କର ଘର ଓଡ଼ିଶାର କେନ୍ଦୁଝର ଜିଲ୍ଳାରେ ବୋଲି ପ୍ରାଥମିକ ସୂଚନାରୁ ଜଣାଯାଇଛି।

ରିପୋର୍ଟ ମୁତାବକ, ବିଜାପୁରର ମୁର୍ଦେଣ୍ଡାରେ ଥିବା ସିଆରପିଏଫର ୧୬୮ ବଟାଲିୟନର କ୍ୟାମ୍ପଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଏହି ବିସ୍ଫୋରଣ ହୋଇଛି । ମୁର୍ଦେଣ୍ଡାରୁ ତିମାପୁର ରାସ୍ତାରେ ପେଟ୍ରୋଲିଂ ପାଇଁ ବାହାରିଥିବା ସିଆରପିଏଫ୍ ଯବାନଙ୍କ ଗାଡ଼ିକୁ ନକ୍ସଲ୍ ଟାର୍ଗେଟ କରିଥିଲେ। ଯବାନଙ୍କ ଚଳପ୍ରଚଳକୁ ଲକ୍ଷ୍ୟ କରି ନକ୍ସଲମାନେ ପୂର୍ବରୁ ଲ୍ୟାଣ୍ଡମାଇନ୍ ଖଞ୍ଜି ରଖିଥିଲେ। ଏହି ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe