ଛତିଶଗଡରେ କାଙ୍କେରରେ ମାଓ ଆକ୍ରମଣ । ଗୁଳିବିନିମୟରେ ବିଏସଏଫର ୪ ଯବାନ ସହିଦ, ୨ ଗୁରୁତର

Advertisment
ଛତିଶଗଡରେ କାଙ୍କେରରେ ମାଓ ଆକ୍ରମଣ । ଗୁଳିବିନିମୟରେ ବିଏସଏଫର ୪ ଯବାନ ସହିଦ, ୨ ଗୁରୁତର

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ଛତିଶଗଡରେ ଯବାନଙ୍କୁ ଟାର୍ଗେଟ କରିଛନ୍ତି ନକ୍ସଲ । ଛତିଶଗଡର କାଙ୍କେରରେ ନକ୍ସଲଙ୍କ ସହ ଗୁଳିବିନିମୟରେ ବିଏସଏଫର ୪ ଜଣ ଯବାଦ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଙ୍ଖାଜୁରର ମୌଲା ଗ୍ରାମ ନିକଟ ଜଙ୍ଗଲରେ ଏଭଳି ଘଟଣା ଘଟିଛି । ବିଏସଏଫ ଯବାନ ମାନେ ସର୍ଚ୍ଚ ଅପରେସନରେ ଯାଇଥିବା ବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା । ଆଉ ଏହି ଗୁଳିବନିମୟରେ ୪ ଯବାନ ସହିଦ ହୋଇଥିବା ବେଳେ ଏବେ ମଧ୍ୟ ଗୁଳିବିନିମୟ ଜାରି ରହିଛି ।
ନକ୍ସଲ ଆକ୍ରମଣର ସୂଚନା ମିଳିବା ପରେ ଘଟଣାସ୍ଥଳକୁ ଅତିରିକ୍ତ ଫୋର୍ସ ପଠାଯିବା ସହ ପୂରା ଅଞ୍ଚଳକୁ ପୋଲିସ ଘେରି ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗୁଳିବିନତମୟରେ କିଛି ନକ୍ସଲ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ଏହା ପ୍ରଥମ ଘଟଣା ନୁହେଁ। ମାର୍ଚ୍ଚରେ ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣରେ ଉନ୍ରାବରେ ବସବାସ କରୁଥିବା ସିଆରପିଏଫ୍‌ ଯବାନ ଶଶିକାନ୍ତ ତିଓ୍ଵାରୀ ସହିଦ ହୋଇଥିଲେ। ଏହି ଆକ୍ରମଣରେ ଅନ୍ୟ ୫ଜଣ ବି ସହିଦ ଗୁରୁତର ହୋଇଥିବା ଜଣାପଡ଼ିଥିଲା।

ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ମାଓ ପ୍ରଭାବିତ ରାଜ୍ୟ ଗୁଡିକରେ ସୁରକ୍ଷାକୁ କଡାକଡି କରାଯାଇଛି । ଯବାନ ମାନେ ବାରମ୍ବାର ସର୍ଚ୍ଚ ଅପରେସନ କରିବା ସହ ମାଓବାଦୀ ମାନେ ଯେପରି ଭୋଟଗ୍ରହଣ ବେଳେ କୌଣସି ଆକ୍ରମଣ ନ କରନ୍ତି ସେଥିପ୍ରତି ସଜାଗ ରହିଛନ୍ତି ଯବାନ । ଏହାପୂର୍ବରୁ ସାଧାରଣ ଲୋକଙ୍କୁ ଭୋଟ ବର୍ଜନ କରିବାକୁ ମାଓବାଦୀ ମାନେ ଆହ୍ୱାନ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe