ଗଡଚିରୋଲିରେ ପୁଣି ଗର୍ଜିଲା ଗୁଳିବନ୍ଧୁକ । ପୋଲିସ - ନକ୍ସଲ ମୁହାଁମୁହିଁ, କନେଷ୍ଟବଳ ଗୁରୁତର ।

Advertisment
ଗଡଚିରୋଲିରେ ପୁଣି ଗର୍ଜିଲା ଗୁଳିବନ୍ଧୁକ । ପୋଲିସ - ନକ୍ସଲ ମୁହାଁମୁହିଁ, କନେଷ୍ଟବଳ ଗୁରୁତର ।

କନକ ବ୍ୟୁରୋ: ମହାରାଷ୍ଟ୍ର ଗଡଚିରୋଲିରେ ପୋଲିସ - ନକ୍ସଲ ମୁହାଁମୁହିଁ । ଏଥିରେ ଜଣେ ପୋଲିସ କନେଷ୍ଟବଳ ଗୁରୁତର ହୋଇଛନ୍ତି । ନକ୍ସଲ ପ୍ରଭାବିତ ଏହି ଅଞ୍ଚଳରେ ଅନେକ ଦିନ ଧରି ସେମାନଙ୍କ ଉପସ୍ଥିତି ଜାହିର କରିଆସୁଥିଲେ ନକ୍ସଲ । ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ମୁମ୍ବାଇ ଠାରୁ ୯ ଶହ ଦୂର ଭାମରାଗଡର ଜୋଡରାଜ ଜଙ୍ଗଲରେ ଉଭୟ ସାମ୍ନାସାମ୍ନି ହୋଇଥିଲେ । ଗଡଚରୋଲି ପୋଲିସର ସି-୬୦ କମାଣ୍ଡୋ ଏହି ଅଞ୍ଚଳ ଦେଇ ଯିବା ବେଳେ ଛପିରହିଥିବା ନକ୍ସଲ ଆକ୍ରମଣ କରିଥିଲେ । ନକ୍ସଲଙ୍କ ଗୁଳିର ପ୍ରତିଜବାବରେ କମାଣ୍ଡୋ ମଧ୍ୟ ଗୁଳି ଚଳାଇଥିଲେ ।

ତେବେ ନକ୍ସଲଙ୍କ ଆକ୍ରମଣର ଜବାବ କମାଣ୍ଡୋ ଦେବା ପରେ ସେମାନେ ଛତ୍ରଭଙ୍ଗ ଦେଇଥିବା ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି । ଗୁଳିମାଡରେ ପୋଲିସ କନେଷ୍ଟବଳ ଗୁରୁତର ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣ ପରେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଭାମରାଗଢ ଜଙ୍ଗଲରେ ଅପରେସନ ଜୋରଦାର କରାଯାଇଛି । ଗଡଚିରୋଲି ଅଞ୍ଚଳରେ ଅନେକ ସଂଖ୍ୟାରେ ନକ୍ସଲ ରହିଥିବାବେଳେ ଗତ ଥର ମଧ୍ୟ ଏଭଳି ଆକ୍ରମଣ ହୋଇଥିଲା । ସି-୬୦ କମାଣ୍ଡୋଙ୍କ ଉପରେ ଆକ୍ରମଣ ରେ କମାଣ୍ଡର ମିଲିନ୍ଦ ତେଲତୁମ୍ବଡ ସମେତ ୨୬ ନକ୍ସଲ ନିହତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe