କନକ ବ୍ୟୁରୋ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପୂର୍ବ ପତ୍ନୀ ଆଲିଆ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ମାମଲା ଦାଏର କରିଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟରେ ଆଲିଆ କାନ୍ଦି କାନ୍ଦି ନୱାଜୁଦ୍ଦିନ ତାଙ୍କ ପିଲାଙ୍କୁ ଛଡାଇ ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

Advertisment

ସେୟାର କରିଥିବା ଭିଡିଓରେ ଆଲିଆ କହିଛନ୍ତି ଯେ, ନୱାଜୁଦ୍ଦିନ ତାଙ୍କ ଠାରୁ ତାଙ୍କ ପିଲାଙ୍କୁ ଛଡାଇନେବାକୁ ଚାହୁଁଛନ୍ତି । ସବୁଠାରୁ ଦୁଃଖର କଥା ହେଉଛି ତାଙ୍କ ପିଲାଙ୍କୁ ତାଙ୍କ ଶାଶୁ ଅର୍ଥାତ୍ ନୱାଜୁଦ୍ଦିନଙ୍କ ମା’ ଅବୈଧ ବୋଲି କହୁଛନ୍ତି । ହେଲେ ନବାଜୁଦଦିନ କେବେବି ଏହାକୁ ବିରୋଧ କରିନାହାଁନ୍ତି । ଏହାସହ ନୱାଜୁଦ୍ଦିନ ତାଙ୍କୁ କିଛି ଆର୍ଥିକ ସହାୟତା କରୁନଥିବାରୁ ସେ ଗମ୍ଭୀର ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । ସେ ବର୍ସାବା ପୁଲିସରେ ନୱାଜୁଦ୍ଦିନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାଏର କରିଛନ୍ତି । ହେଲେ ଯାହା ବି ହୋଇଯାଉ ନିଜ ପାଖରୁ ନିଜ ପିଲାକୁ କେବେହେଲେ ବି ଏଭଳି ଅବିବେକି ଲୋକଙ୍କ ହାତରେ ଟେକିଦେବେ ନାହିଁ ବୋଲି କହିଛନ୍ତି ଆଲିଆ ।