ରାସ୍ତାରେ ଅଭିନୟ କରିବି, କିନ୍ତୁ କେବେ କାମ ମାଗିବିନି । ଏକ ସାକ୍ଷାତକାରରେ ନୱାଜୁଦ୍ଦିନ୍ କହିଲେ ଏପରି କଥା

109

କନକ ବ୍ୟୁରୋ : ନୱାଜୁଦ୍ଦିନ୍ ସିଦ୍ଦିକି ବଲିଉଡର ଏକ ଦମଦାର ଅଭିନେତା । ତାଙ୍କର ନିଖୁଣ ଅଭିନୟ ପାଇଁ ତାଙ୍କୁ ଅନେକ ସମ୍ମାନ ମିଳିଛି । କିନ୍ତୁ ବଡ ପର୍ଦ୍ଦାରେ ଅଭିନୟ କରିବା ପାଇଁ ତାଙ୍କୁ ଅନେକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିଛି । ଏକ ସାକ୍ଷାତକାରରେ ସେ ତାଙ୍କ ସଂଘର୍ଷମୟ କାହାଣୀ ବଖାଣିବା ସହ ଆକ୍ଟିଙ୍ଗ୍ କରିବାକୁ ସେ କେତେ ପସନ୍ଦ କରନ୍ତି ତାହା ବର୍ଣ୍ଣନା କରିଛନ୍ତି ।

ସାକ୍ଷାତକାରରେ ନୱାଜୁଦ୍ଦିନ୍ କହିଛନ୍ତି, ମତେ ବଲିଉଡରେ ଦରକାରଠୁ ଅଧିକ ସମ୍ମାନ ମିଳିଛି । ୟୁପିର ଯେଉଁ ଅଞ୍ଚଳରୁ ମୁଁ ଆସିଛି ସେଠାରେ ଏପରି କରିପାରିବେ ଏକ ପ୍ରକାର ଅସମ୍ଭବ । କିନ୍ତୁ ଅଭିନୟ ପ୍ରତି ଥିବା ଭଲ ପାଇବା ମତେ ଏତେବାଟ ଆଣିପାରିଛି ।

କଥା କହିବା ବେଳେ ନୱାଜୁଦ୍ଦିନଙ୍କ ପାଟି ଲାଖେ ବୋଲି ସେ ଏହି ସାକ୍ଷାତକାରରେ କହିଛନ୍ତି । ଛୋଟ ବେଳୁ କଥା କହିବା ବେଳେ ତାଙ୍କର ପାଟି ଲାଗୁ ଥିଲା । କିନ୍ତୁ ସଫଳତା ମିଳିବା ସହ ଧିରେ ଧିରେ ଏହି ସମସ୍ୟା କେଉଁଆଡେ ଗାୟବ ହୋଇଗଲା । ବର୍ତ୍ତମାନ ଯଦି କେବେ ଅଧିକମାତ୍ରାରେ ରାଗିଯାଆନ୍ତି ତାହେଲେ ବେଳେ ବେଳେ ପାଟି ଲାଗେ ବୋଲି ନୱାଜୁଦ୍ଦିନ୍ କହିଛନ୍ତି ।

ଏହି ସାକ୍ଷାତକାରରେ ନୱାଜୁଦ୍ଦିନଙ୍କୁ ପଚରାଯାଇଥିଲା, ଯଦି ଆପଣଙ୍କୁ କେବେ କାମ ନମିଳେ ତେବେ ଆପଣ କାମ ମାଗିବା ପାଇଁ ଯିବେ? ଏହି ପ୍ରଶ୍ନର ଉତ୍ତରରେ ନୱାଜୁଦ୍ଦିନ୍ କହିଛନ୍ତି, ମୁଁ ମୋ ଘର ବିକିଦେବି, ଜୋତା ବିକିଦେବି, ସବୁ କିଛି ବିକିଦେଇ ନିଜେ ଫିଲ୍ମ ବନେଇବି । ନଚେତ୍ ରାସ୍ତା ଉପରେ ଅଭିନୟ କରିବି । ଟ୍ରେନ୍, ବସ୍ ଯେଉଁଠି ପାଇବି ସେଠି ଅଭିନୟ କରିନେବି କିନ୍ତୁ କେବେ କାହାକୁ କାମ ମାଗିବା ପାଇଁ ଜିବିନି । କାମ ମାଗିଲେ ନିଜକୁ ଅତ୍ୟନ୍ତ ଖରାପ ଲାଗିଥାଏ । ତେଣୁ ମୁଁ କେବେ କାମ ମାଗିବିନି । ଅଭିନୟ ଗୁରୁତ୍ୱପୂର୍ଣ୍ଣ, ଯେଉଁଠି ବି ହେଉ ଅଭିନୟ କରିବି ।