କନକ ବ୍ୟୁରୋ: ଲୋକପ୍ରିୟ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି ମାୟାନଗରୀ ମୁମ୍ବାଇରେ ନିର୍ମାଣ କରିଛନ୍ତି ତାଙ୍କ ସ୍ୱପ୍ନର ମହଲ । ରିପୋର୍ଟ ମୁତାବକ, ଏହାର ଇଣ୍ଟେରିଅର୍ ଡିଜାଇନ୍ କରିଛନ୍ତି ନିଜେ ନବାଜୁଦ୍ଦିନ୍ । ଏହି ମହଲ ପରି ଘରର ନାଁ ନିଜ ବାପାଙ୍କ ନାଁରେ ରଖିଛନ୍ତି ‘ନବାବ୍’ । ଏହାକୁ ନିର୍ମାଣ କରିବାକୁ ଲାଗିଛି ୩ ବର୍ଷ ସମୟ ।

Advertisment

ସମସ୍ତେ ଚାହାଁନ୍ତି ନଜର ଖଣ୍ଡେ ଘର । ତାହା ପୁଣି ସବୁ ସୁବିଧା ଥିବା ସ୍ଥାନରେ । ଆଉ ଆକ୍ଟର ମାନଙ୍କ କଥା ଟିକେ ଭିନ୍ନ । ବଲିଉଡର ଅଭିନେତା ଅଭିନେତ୍ରୀଙ୍କ ଇଚ୍ଛା କେମିତି ମାୟାନଗରୀ ମୁମ୍ବାଇରେ ଘରଟିଏ କରିବେ । ଆଉ ଯଦି ଏହା ସାକାର ହୋଇଗଲା ତେବେ ଏହା କୌଣସି ସ୍ୱପ୍ନ ସତ ହେବା ଠାରୁ କମ୍ ନୁହେଁ । ଏବେ ବଲିଉଡ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ସ୍ୱପ୍ନ ସତ ହୋଇଛି । ମୁମ୍ବାଇରେ ନିର୍ମାଣ କରିଛନ୍ତି ନିଜର ଲୋଭନୀୟ ଘର । ଧଳାରଙ୍ଗର ଏହି ଦୁଇ ମହଲା ବିଶିଷ୍ଟ ଘର କୌଣସି ମହଲ ଠାରୁ କିଛି କମ୍ ଦେଖାଯାଉନି । ଘରର ଆଭ୍ୟନ୍ତରୀଣ ଡିଜାଇନ୍ ନିଜ ପସନ୍ଦରେ କରିଛନ୍ତି ନୱାଜୁଦ୍ଦିନ୍ ।

ପିଙ୍କଭିଲ୍ଲାର ରିପୋର୍ଟ ମୁତାବକ, ନୱାଜୁଦ୍ଦିନଙ୍କୁ ଏହି ଘରକୁ ନିର୍ମାଣ କରିବାକୁ ୩ ବର୍ଷ ଲାଗିଛି । ଏହି ଘର ପାଇଁ ପ୍ଲାନ୍ ସେ ଗାଁରେ ଥିବା ପୈତୃକ ଘର ଦ୍ୱାରା ପ୍ରେରିତ ହୋଇ ଧାର୍ଯ୍ୟ କରିଥିଲେ ।ତାଙ୍କର ଏହି ବର୍ଣ୍ଣାଢ୍ୟ ଘରର ଝଲକ ଗୁରୁବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ନିଜ ଇନଷ୍ଟାଗ୍ରାମରେ ଘରର ବଗିଚାରେ ବସି ଫଟୋ ପୋଷ୍ଟ କରିଥିଲେ ନୱାଜୁଦ୍ଦିନ୍ । ଘରର ପ୍ରବେଶ ଦିନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ୍ । କହିରଖୁଁ କି, ନୱାଜୁଦ୍ଦିନଙ୍କଅପକମିଙ୍ଗ ଫିଲ୍ମ ‘ ଟିକୁ ୱେଡ୍ସ ସେରୁ’ର ପ୍ରଡକ୍ସନ୍ ଦାୟିତ୍ୱରେ ଅଛନ୍ତି କଙ୍ଗନା ।