କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସା ସାଉଁଟିଛନ୍ତି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି । ଫିଲ୍ମ ଫେଷ୍ଟିଭାଲରେ ରମନ ରାଘବ ୨.୯ ପ୍ରଦର୍ଶିତ ହେବା ପରେ ନୱାଜୁଦ୍ଦିନଙ୍କ ଅଭିନୟକୁ ମିଳିଛି ଭୂୟସୀ ପ୍ରଶଂସା । ଏହି ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମରେ ଜଣେ ସିରିୟଲ କିଲର ଭୂମିକାରେ ଅଭିନୟ କରିଛନ୍ତି ନୱାଜୁଦ୍ଦିନ । ରମନରାଘବର ରିଲିଜ ହୋଇଥିବା ଟ୍ରେଲରକୁ ଭାରତୀୟ ଦର୍ଶକ ବି କାଫି
ପସନ୍ଦ କରିଛନ୍ତି । ଫିଲ୍ମ ସମୀକ୍ଷକଙ୍କ ମତରେ, ରମନ ରାଘବ ନୱାଜୁଦ୍ଦିନଙ୍କ ଫିଲ୍ମ କ୍ୟାରିୟର ପାଇଁ ଟର୍ଣ୍ଣି ପଏଟଂ ସାବ୍ୟସ୍ତ ହୋଇପାରେ । ୬୦ ଦଶକରେ ମୁମ୍ବାଇରେ ଆତଙ୍କ ମଚାଇଥିବା ସିରିୟଲ କିଲର ରମନ ରାଘବଙ୍କ ଜୀବନକୁ ନେଇ ପର୍ଯ୍ୟବେସିତ ହୋଇଛି ଏହି ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମ ।
ନୱାଜୁଦ୍ଦିନଙ୍କୁ ପ୍ରଶଂସା
/kanak/media/post_attachments/wp-content/uploads/2016/05/B_Id_386842_Nawazuddin_Siddiqui.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)