ବିହାରରେ ବଜ୍ରପାତ ନେଲା ୩ ଜୀବନ, ୪ ଗୁରୁତରଙ୍କ ଜାରିରହିଛି ଚିକିତ୍ସା

ବିହାରରେ ବଜ୍ରପାତ ନେଲା ୩ ଜୀବନ, ୪ ଗୁରୁତରଙ୍କ ଜାରିରହିଛି ଚିକିତ୍ସା

କନକ ବ୍ୟୁରୋ: ବିହାର ନାବାଦା ଜିଲ୍ଲାରେ ବଜ୍ରପାତ । ବଜ୍ରପାତ କାରଣରୁ ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ସେହିଭଳି ୪ ଯୁବକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଜଣେ ଗୁରୁତରଙ୍କୁ ବାରସଲିଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପାବାପୁରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ବାରସଲିଗଞ୍ଜର ଆଜମପୁର ଗାଁ । ଏଠାରେ ବିଲରେ କିଛି ଯୁବକ କାମ କରୁଥିଲେ । ଏହି ସମୟରେ ବଜ୍ରପାତ ଘଟିଥିଲା । ଘଟଣାସ୍ଥଳରେ ୩ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ରହିଥିଲେ । ମୃତକମାନେ ହେଉଛନ୍ତି ମୋନୁ କୁମାର, ଅଜୟ କୁମାର, ଅନିଲ ଝା । ସେହିଭଳି ଗୁରୁତର ସୋନି କୁମାର, ପବନ କୁମାର, ଶିବମ ଏବଂ ଗୌତମ । ଏମାନଙ୍କ ଚିକିତ୍ସା ଜାରିରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe