କନକ ବ୍ୟୁରୋ: ବିହାର ନାବାଦା ଜିଲ୍ଲାରେ ବଜ୍ରପାତ । ବଜ୍ରପାତ କାରଣରୁ ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ସେହିଭଳି ୪ ଯୁବକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଜଣେ ଗୁରୁତରଙ୍କୁ ବାରସଲିଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପାବାପୁରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ବାରସଲିଗଞ୍ଜର ଆଜମପୁର ଗାଁ । ଏଠାରେ ବିଲରେ କିଛି ଯୁବକ କାମ କରୁଥିଲେ । ଏହି ସମୟରେ ବଜ୍ରପାତ ଘଟିଥିଲା । ଘଟଣାସ୍ଥଳରେ ୩ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ରହିଥିଲେ । ମୃତକମାନେ ହେଉଛନ୍ତି ମୋନୁ କୁମାର, ଅଜୟ କୁମାର, ଅନିଲ ଝା । ସେହିଭଳି ଗୁରୁତର ସୋନି କୁମାର, ପବନ କୁମାର, ଶିବମ ଏବଂ ଗୌତମ । ଏମାନଙ୍କ ଚିକିତ୍ସା ଜାରିରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Collage-Maker-30-Jun-2023-04-03-PM-8313.jpg)