କନକ ବ୍ୟୁରୋ:ପଟୌଦି ବଂଶର ନବାବ ହେଉଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ୍ । ରିପୋର୍ଟ ମୁତାବକ, ନିଜ ବ୍ୟକ୍ତିଗତ ସମ୍ପତ୍ତି ବ୍ୟତୀତ ତାଙ୍କ ପାଖରେ ପୈତୃକ ସମ୍ପତ୍ତି ବାବଦରେ ରହିଛି ୫,୦୦୦ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି । ହେଲେ ଏଥିରୁ ଟଙ୍କାଟିଏ ତାଙ୍କ ପିଲାମାନଙ୍କୁ ଦେଇପାରିବେ ନାହିଁ ସୈଫ ।

Advertisment

ପଟୌଦି ରୟାଲ ଫ୍ୟାମିଲିର ନବାବ ସୈଫ ଅଲ୍ଲି ଖାନ୍ । ବର୍ଷକୁ ଅନେକ ଫିଲ୍ମ ଓ ବିଜ୍ଞାପନ କରି କମାଉଛନ୍ତି ବହୁ କୋଟି ଅର୍ଥ । ଏହା ବ୍ୟତୀତ ତାଙ୍କ ପାଖରେ ଅନେକ ପୈତୃକ ସମ୍ପତ୍ତି ମଧ୍ୟ ରହିଛି । ହରିଆଣା ସ୍ଥିତ ପଟୌଦି ପ୍ୟାଲେସ୍ ଓ ଭୋପାଲ ସ୍ଥିତ ପୈତୃକ ସମ୍ପତ୍ତି କୁ ମିଶାଇଲେ ଏବେ ତାଙ୍କ ପାଖରେ ୫,୦୦୦ କୋଟିରୁ ଅଧିକ ସମ୍ପତ୍ତି ରହିଛି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଏହି ସମ୍ପତ୍ତିକୁ ନିଜ ପିଲାମାନଙ୍କୁ ଦେଇପାରିବେ ନାହିଁ ।

ପ୍ରକୃତ କଥା ହେଉଛି,ସୈଫଙ୍କର ଯେତେ ବି ପୈତୃକ ସମ୍ପତ୍ତି ରହିଛି ସେସବୁ ଭାରତ ସରକାରଙ୍କ ଶତ୍ରୁ ବିବାଦ ଅଧିନିୟମ( ଋଦ୍ଭରଜ୍ଞଚ୍ଚ ଊସଗ୍ଦକ୍ଟ୍ରଙ୍କଗ୍ଧର ଇମଗ୍ଧ)ଅଧିନିମୟ ଅନ୍ତର୍ଭୁକ୍ତ ହୋଇଛି । ଏହି ଅଧିନିୟମ ମୁତାବକ, କୌଣସି ସମ୍ପତ୍ତି ଉପରେ କେହି ନିଜର ମାଲିକାନା ଜାହିର କରିପାରିବେ ନାହିଁ । ଯଦି ଉକ୍ତ ସମ୍ପତ୍ତି ର ସମ୍ବନ୍ଧିତ ବଂଶର କୌଣସି ବ୍ୟକ୍ତି ଏହି ଅଧିିନିୟମକୁ ବିରୋଧ କରେ ତେବେ ତାଙ୍କୁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପଡିବ । ସେଠାରେ ବିଫଳ ହେଲେ ସୁପ୍ରିମ କୋର୍ଟ ଯିବାକୁ ପଡିବ । ଯଦି ସୁପ୍ରିମ କୋର୍ଟରୁ ବି ନିରାଶା ମିଳେ ତେବେ ତାଙ୍କୁ ରାଷ୍ଟ୍ରପତିଙ୍କ ପାଖରେ ଅପିଲ କରିବାକୁ ପଡିବ । କାରଣ ଏପରି ମାମଲାରେ କେବଳ ରାଷ୍ଟ୍ରପତି ହିଁ ନିଷ୍ପତ୍ତି ଶୁଣାଇ ପାରିବେ ।

ସୂଚନା ଅନୁସାରେ, ସୈଫ ଅଲ୍ଲି ଖାନଙ୍କ ଅଣଜେଜେବାପା ହମିଦୁଲ୍ଲା ଖାନ୍ ବ୍ରିଟିଶ ସମୟରେ ନବାବ ଥିଲେ । କିନ୍ତୁ ତାଙ୍କ ସମୟରେ ଏହି ସମ୍ପତ୍ତିର କୌଣସି ଦଲିଲ କରିନଥିଲେ । ଏହି କାରଣରୁ ପରିବାର ମଧ୍ୟରେ କିଛି ମନାନ୍ତର ମତାନ୍ତର ମଧ୍ୟ ଘଟିଥିଲା । ଏହାକୁ ନେଇ ପାକିସ୍ତାନରେ ରହୁଥିବା ତାଙ୍କର ଭଉଣୀଙ୍କ ସହ ମଧ୍ୟ ତାଙ୍କର କିଛି ମତାନ୍ତର ଥିଲା ବୋଲି କୁହାଯାଉଛି । ଯାହା ଫଳରେ ଏହି ସବୁ ପୈତୃକ ସମ୍ପତ୍ତି ସରକାରଙ୍କ ଶତ୍ରୁ ବିବାଦ ଅଧିନିୟମ ଅନ୍ତର୍ଭୁକ୍ତ ରହିଛି ।