ୱାଙ୍ଖଡେଙ୍କ ସମସ୍ୟା ବଢାଇଲେ ନୱାବ: ଆଉ ଏକ ଅଭିଯୋଗ ଆଣିଲେ ମହାରାଷ୍ଟ୍ର ମନ୍ତ୍ରୀ

146

କନକ ବ୍ୟୁରୋ: ପୁଣିଥେରେ ଅନସିବି ଅଧିକାରୀ ସମିର ୱାନଖଡେଙ୍କୁ ଟାର୍ଗେଟ କରିଛନ୍ତି ନବାବ ମଲିକ । ମୁମ୍ବ୍ଧାଇ ଡ୍ରଗ କେସ ମାମଲାରେ ଆରର୍ୟନ ଖାନ କୁ ବେଲ ମିଳିବା ପରେ ପିକଚର ଅଭି ବାକି ହେ ମେରେ ଦୋସ୍ତ ବୋଲି ଟୁଇଟ କରିଛନ୍ତି ନବାବ ମଲିକ । ଅନ୍ୟପଟେ ନବାବଙ୍କ ସମସ୍ତ ଅଭିଯୋଗ ଭିତିହିନ ଓ ନିନ୍ଦନୀୟ ବୋଲି କହିଲେ ସମିର  ୱାନଖଡେ । ନବାବଙ୍କ ଏହି ଟୁଇଟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଦିନକୁ ଦିନ ଏନସିବି ଅଧିକାରୀ ସମୀରଙ୍କ ସମସ୍ୟା ବଢାଉଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ । ସାମ୍ବାଦିକ ସମ୍ମିଳନୀ କରି ପୁଣି ଏକ ନୂଆ ଅଭିଯୋଗ ୱାଙ୍ଖଡେଙ୍କ ବିରୋଧରେ ଆଣିଛନ୍ତି ଏନସିପି ନେତା । କ୍ରୁଜ ଡ୍ରଗ ପାର୍ଟିର ଆୟୋଜକ ସମୀର ୱାଙ୍ଖଡେଙ୍କ ସହଯୋଗୀ ବୋଲି ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ । ଅନ୍ୟପଟେ ନୱାବ ଆଣିଥିବା ସମସ୍ତ ଅଭିଯୋଗ ଭିତିହିନ ଓ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ସମିର ୱାଙ୍ଖଡେ ।

ଦୁଇ ଦିନ ପୁର୍ବରୁ ସମିର ୱାଙ୍ଖଡେଙ୍କ ପତ୍ନି କ୍ରାନ୍ତି ରେଦକର ମହାରାଷ୍ଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ସେ କହିଥିଲେ, ମନ୍ତ୍ରୀ ନବାବ ମଲିକ ତାଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଏମିତି କି ସମିରଙ୍କ ମୃତ ମାଙ୍କୁ ଛାଡୁ ନାହାନ୍ତି ନବାବ । ଯେହେତୁ ଆମେ ମହାରାଷ୍ଟ୍ର ବାସିନ୍ଧା ଆମକୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ ବୋଲି  ଚିଠିରେ ଲଖିଛନ୍ତି କ୍ରାନ୍ତି ରେଡକର । ଅନ୍ୟପଟେ ସମିର ୱାନଖଡେଙ୍କ ପରିବାର ଆଣିଥିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି ନବାବ । ଏ ସବୁ ମହାରାଷ୍ଟ୍ର ସରକାର ଏବଂ ବଲିଉଡକୁ  ବଦନାମ କରିବା ପାଇଁ ବିଜେପି ସବୁ ଷଡଯନ୍ତ୍ର କରୁଛି ବୋଲି କହିଛନ୍ତି ନୱାବ ମଲିକ ।

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଜାଣିଶୁଣି ଆରୟନ ଖାନଙ୍କୁ ଗିରଫ କରିଥିବା ଅଭିଯୋଗ କରି ଆସୁଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ।