ଯବାନଙ୍କ ସାହସିକତାରେ ଭିଜିଲା ସାରା ଦେଶବାସୀଙ୍କ ଆଖି ! କେରଳ ବନ୍ୟାରେ କିଛି ଏଭଳି ଭାବରେ ଗର୍ଭବତୀ ମହିଳାଙ୍କୁ କଲେ ଉଦ୍ଧାର ।

Advertisment
ଯବାନଙ୍କ ସାହସିକତାରେ ଭିଜିଲା ସାରା ଦେଶବାସୀଙ୍କ ଆଖି ! କେରଳ ବନ୍ୟାରେ କିଛି ଏଭଳି ଭାବରେ ଗର୍ଭବତୀ ମହିଳାଙ୍କୁ କଲେ ଉଦ୍ଧାର ।

m.dailyhunt.in

ନିକଟ ଅତୀତରେ କେରଳ ବନ୍ୟାରେ ବହୁ କ୍ଷୟକ୍ଷତି ସହି ସାରିଲେଣି ରାଜ୍ୟବାସୀ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଗଷ୍ଟ ୮ ତାରିଖରୁ ପ୍ରାୟ ୨୧୦ ଜଣଙ୍କର ବନ୍ୟା ହେତୁ ମୃତ୍ୟୁ ଘଟିଥିବା ବେଳେ ୭ ଲକ୍ଷ ଲୋକ ନିଜ ଘର ଛାଡ଼ି ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି।

ପ୍ରଭାବିତ ଲୋକଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ବହୁ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିବା ବେଳେ ରିଲିଫ୍ ବଣ୍ଟନ କାର୍ୟ୍ୟ ବି ଜାରି ରହିଛି। ପୂରା ଦେଶରେ ଏବେ ବନ୍ୟା ପ୍ରପୀଡ଼ିତଙ୍କ ସକାଶେ ସହାୟତା ଅଭିଯାନ ଆରମ୍ଭ ହୋଇଛି। ସରକାରୀ କର୍ମୀମାନେ ବନ୍ୟା ପ୍ରପିଡ଼ୀତଙ୍କ ପାଖେ ପାଖେ ରହି ସହାୟତା କରିବାରେ ଲାଗିଛନ୍ତି। ଏପରିସ୍ଥିତିରେ ଜଣେ ନୌସେନା କମାଣ୍ଡର ଜଣେ ଗର୍ଭବତୀ ମହିଳାଙ୍କୁ ଯେଉଁ ଭଳି ଭାବେ ସାହାଯ୍ୟ କରିଛନ୍ତି ତାହା ଏବେ ଦେଶବ୍ୟାପୀ ଚର୍ଚ୍ଚା ପାଲଟିଛି।

କୋଚିଠାରେ ଏକ ହସ୍ପିଟାଲରେ ଶୋଚନୀୟ ଅବସ୍ଥାରେ ଫସି ରହିଥିବା ଜଣେ ଗର୍ଭବତୀ ମହିଳାଙ୍କୁ କମାଣ୍ଡର ଏୟାରଲିଫ୍ଟ କରି ଉଠାଇ ନେଇଥିବା ବେଳର ଭିଡିଓଟି ଏବେ ବେଶ୍ ଚର୍ଚ୍ଚା ହୋଇଛି। ମହିଳାଙ୍କ ଦେହରୁ ଖୁବ୍ ଜଳ ଯାଉଥିଲେ ମଧ୍ୟ ପ୍ରସବ ସମ୍ଭବ ହୋଇ ପାରୁନଥିଲା। ସେହି ସମୟରେ ମୁହୁର୍ତ୍ତଟିଏ ବି ଅପେକ୍ଷା ନକରି କମାଣ୍ଡର୍ ପ୍ରାଥମିକ ଚିକିତ୍ସା ପାଇଁ ଜଣେ ଡାକ୍ତରଙ୍କୁ ତାଙ୍କ ପାଖକୁ ଆଣିଥିବା ବେଳେ ମହିଳାଙ୍କୁ ହେଲିକ୍ଟର ଯେଗେ ଉଠାଇ ନେଇଥିଲେ।

ମହିଳା ସଜିତାଙ୍କ ଏୟାରଲିଫ୍ଟ ସମୟରେ ପାଖାପାଖି ଅଧଘଣ୍ଟା ହେଲିକପ୍ଟରଟି ଆକାଶ ପଥରେ ଉଡ଼ନ୍ତା ଅବସ୍ଥାରେ ରହିଥିଲା। ମହିଳାଙ୍କୁ ହେଲିକପ୍ଟର ଯୋଗେ କୋଚିରୁ ଅଲପୁଜା ଜିଲ୍ଲାରେ ଥିବା ନୌସେନାର ସଞ୍ଜୀବନୀ ହସ୍ପିଟାଲକୁ ନିଆଯାଇଥିଲା। ସେହି ହସ୍ପିଟାଲରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତା’ପରେ କମାଣ୍ଡର ଜଣକ ମହିଳାଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରେ ପହଞ୍ଚାଇ ଉଦ୍ଧାରକାର୍ୟ୍ୟରେ ବାହାରି ଯାଇଥିଲେ।

publive-image

କମାଣ୍ଡରଙ୍କର ଏହି ଋଣ ପାଇଁ ମହିଳା ଜଣକ ତାଙ୍କୁ ବେଶ୍ ସ୍ୱତନ୍ତ୍ର ଭାବେ ଧନ୍ୟବାଦ୍ ଦେଇଛନ୍ତି। ସେ ତାଙ୍କ ଛାତ ଉପରେ ‘ଥାଙ୍କ୍ସ୍’ ଲେଖି କମାଣ୍ଡରଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହା ଏବେ ଟୁଇଟରରେ ଚର୍ଚ୍ଚା ହୋଇଛି। ଏହି ପୋଷ୍ଟ୍ରେ ଅନେକ ଟୁଇଟର୍ ବ୍ୟବହାରକାରୀ ରିଟୁଇଟ୍ କରିଛନ୍ତି। କେହି କେହି ମହିଳାଙ୍କ ସ୍ୱତନ୍ତ୍ର ଅଭିବାଦନ ଶୈଳୀକୁ ପ୍ରଶଂସା କରିଥିବା ବେଳେ ଆଉ କେହି କମାଣ୍ଡରଙ୍କୁ ପ୍ରଶଂସା କରିଛନ୍ତି ତ ପୁଣି କେହି ଦୁହିଁକୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe