କନକ ବ୍ୟୁରୋ: ଲଦାଖ ସୀମାରୁ ଭାରତ ଓ ଚୀନର ସେନା ପଛକୁ ହଟୁଥିଲେ ମଧ୍ୟ ଚୀନର ଆକ୍ରାମକ ନୀତିକୁ ପ୍ରତିହତ କରିବାକୁ ଭାରତୀୟ ସେନା ନିଜର ପ୍ରସ୍ତୁତି ଜାରି ରଖିଛି । ଚୀନ ସୀମାରେ ଯେ କୌଣସି ପରିସ୍ଥିତିର ସାମନା କରିବା ପାଇଁ ଅଧିକରୁ ଅଧିକ ଲଢ଼ୁଆ ବିମାନ ମୁତୟନ କରୁଛି ଭାରତ । ନୌସେନା ଦ୍ୱାରା ବ୍ୟବହୃତ ହେଉଥିବା ଶକ୍ତିଶାଳୀ ଲଢ଼ୁଆ ବିମାନ ପସେଡନ-୮ଆଇ ପ୍ରହରା ବିମାନକୁ ଲଦାଖ ନିକଟରେ ମୁତୟନ କରାଯାଇଛି । ସେହିପରି ନୌସେନାର ଲଢ଼ୁଆ ବିମାନ ମିଗ୍-୨୯ କେକୁ ଉତରାଂଚଳରେ ମୂତୟନ କରିବାକୁ ନିଷ୍ପତି ନିଆଯାଇଛି । ଏହି ଯୁଦ୍ଧ ବିମାନ ସୀମା ଆରପଟେ ଚୀନର ଗତିବିଧି କିପରି ରହିଛି, ତା ଉପରେ ନଜର ରଖିବେ ।
ଭାରତୀୟ ନୌସେନା ନିକଟରେ ୪୦ରୁ ଅଧିକ ମିଗ୍-୨୯ କେ ଯୁଦ୍ଧ ବିମାନ ରହିଛି । ଏହା ପୂର୍ବରୁ ଭାରତୀୟ ବାୟୁ ସେନା ସୁଖୋଇ -୩୦, ମିରାଜ-୨୦୦୦, ଏମକେଆଇ, ଜାଗୁଆରକୁ ଲଦାଖ ଅଂଚଳରେ ଥିବା ବାୟୁ ସେନାର ଘାଟିରେ ମୂତୟନ କରିଛି । ସେହିପରି ଆପାଚି ହେଲିକପଟର ଓ ଚିନୁକକୁ ମଧ୍ୟ ନିୟୋଜିତ କରାଯାଇଛି । ଏବଂ ଆଗାମି ଦିନରେ ରାଫେଲକୁ ମଧ୍ୟ ଏହି ଅଂଚଳରେ ମୂତୟନ କରାଯିବ ବୋଲି ଜଣାପଡିଛି । କେବଳ ଏତିକି ନୁହେଁ ଭାରତ ପକ୍ଷରୁ ଆଣ୍ଡାମାନ ନିକୋବର ନିକଟରେ ୧୦ଟି ଜାଗୁଆର ଲଢ଼ୁଆ ବିମାନକୁ ମୁତୟନ କରାଯାଇଛି । ଏସବୁ ବିମାନରେ ଜାହାଜ ଧ୍ୱଂସ କରୁଥବା ହାର୍ପୁନ ମିସାଇଲ ଲାଗିଛି । ଚୀନ ସହିତ ଯୁଦ୍ଧ ହେବା ସ୍ଥିତିରେ ମଲ୍ଲାକା ଷ୍ଟେଟ୍ ଦେଇ ଯାଉଥିବା ଚୀନ ଜାହାଜଗୁଡିକୁ ଅଟକାଇବାକୁ ଭାରତୀୟ ନୌସେନା ରଣନୀତି ପ୍ରସ୍ତୁତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/2020_7largeimg_262499271.jpg)