ମଝି ସମୁଦ୍ରରୁ ଉଦ୍ଧାର ହେଲେ ଭାରତୀୟ ନୌସେନା କମାଣ୍ଡର ଅଭିଳାଷ! ପ୍ରବଳ ଝଡ ତୋଫାନରେ ହୋଇଥିଲେ ନିଖୋଜ

Advertisment
ମଝି ସମୁଦ୍ରରୁ ଉଦ୍ଧାର ହେଲେ ଭାରତୀୟ ନୌସେନା କମାଣ୍ଡର ଅଭିଳାଷ! ପ୍ରବଳ ଝଡ ତୋଫାନରେ ହୋଇଥିଲେ ନିଖୋଜ

ଦକ୍ଷିଣ ଭାରତ ମହାସାଗରରେ ଫଶି ରହିଥିବା ଆଘାତପ୍ରାପ୍ତ ନୌସେନା କମାଣ୍ଡର ଅଭିଳାଷ ଟୋମିଙ୍କୁ ଉଦ୍ଧାର କରାଯାଇଛି । ଫ୍ରେଞ୍ଚ ନୌସେନା ଜାହାଜ ଦ୍ୱାରା ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଭାରତୀୟ ନୌସେନାର କମାଣ୍ଡର ଅଭିଳାଷ ଟୋମି ଗୋଲଡେନ ଗ୍ଲୋବ ରେସରେ ଭାଗ ନେଇଥିବା ବେଳେ ଦକ୍ଷିଣ ଭାରତ ମହାସାଗରରେ ଆସିଥିବା ଝଡ ତୋଫାନରେ ଫଶି ଯାଇଥିଲେ ଓ ନିଖୋଜ ହୋଇଯାଇଥିବା ସର୍ମ୍ପକରେ ସୂଚନା ଦେଇଥିଲେ ।

publive-imageପାଖାପାଖି ୧୪ମିଟର ଉଚ୍ଚର ଜୁଆର ଓ ୧୩୦କିଲୋମିଟର ବେଗରେ ପବନ ବହିବାରୁ ତାଙ୍କ ପାଲଟଣା ଡଙ୍ଗା ଦକ୍ଷିଣ ଭାରତ ମହାସାଗରରେ ଖରାପ ହୋଇଯାଇଥିଲା। ଏଥିସହ ତାଙ୍କ ମେରୁଦଣ୍ଡରେ ମଧ୍ୟ ଆଘାତ ଲାଗିଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ । ତାଙ୍କ ପାଖରେ ଅତ୍ୟାଧୁନିକ ଭିଏଚଏଫ୍ ରେଡିଓ ସେଟ ଥିଲେ ମଧ୍ୟ ଆଘାତ ଯୋଗୁଁ ଅଭିଳାଶ ତାହାକୁ ବ୍ୟବହାର କରିପାରୁନଥିଲେ ।

ଗୋଲଡେନ ଗ୍ଲୋବ ରେସରେ ଭାଗ ନେଇଥିବା ଅଭିଳାଷ ନିଜର ପାଲଟଣା ଜାହାଜ ସାହାର୍ଯ୍ୟରେ ୪୮୨୮୦ କିଲୋମିଟର ଯାତ୍ରା ସହ ପୂରା ବିଶ୍ୱ ଭ୍ରମଣ କରିବାର ଥିଲା । କିନ୍ତୁ ମଝି ସମୁଦ୍ରରେ ଭୟାନକ ଝଡ ଆସିବା ଯୋଗୁଁ ତାଙ୍କ ଡଙ୍ଗା କ୍ଷତିଗ୍ରସ୍ତ ହେବା ସହ ସେ ନିଜେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ତାଙ୍କୁ ଅଷ୍ଟ୍ରେଲିଆର ପର୍ଥ ସହର ଠାରୁ ୩ ହଜାର କିଲୋମିଟର ଦୂରରେ ଠାବ କରାଯାଇଥିଲା । ୧୯୭୯ରେ ଜନ୍ମ ଗ୍ରହଣ କରିଥିବା ଅଭିଳାଷଙ୍କୁ ସେତେବେଳେ ପୂରା ଦେଶ ଜାଣିଥିଲା ଯେତେବେଳେ ୨୦୧୩ରେ ସେ ଏକା ବିନା କାହା ସହାୟତାରେ ଗୋଟିଏ ପାଲଟଣା ଡଙ୍ଗା ସାହାର୍ଯ୍ୟରେ ଜଳପଥରେ ପୂରା ବିଶ୍ୱ ଭ୍ରମଣ କରିଥିଲେ । ଏଭଳି କରିବାରେ ଅଭିଳାଷ ପ୍ରଥମ ଭାରତୀୟ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe