July 31, 2019 - Detroit, Michigan, U.S. - JOE BIDEN and KAMALA HARRIS pose for the photo spray during a commercial break at the second of two Democratic Debates in Detroit hosted by CNN and sanctioned by the DNC.(Credit Image: © Brian Cahn/ZUMA Wire)
କନକ ବ୍ୟୁରୋ : ନବରାତ୍ରି କେବଳ ଭାରତରେ ନୁହେଁ, ବରଂ ବିଦେଶରେ ବି ପାଳନ କରାଯାଏ। ଶନିବାର ଦିନ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ପାର୍ଟି ପ୍ରାର୍ଥୀ ହୋଇଥିବା ଜୋ ବିଡେନ ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ କମଲା ହାରିସ ନବରାତ୍ରି ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଆମେରିକାରେ ଥିବା ହିନ୍ଦୁ ଭାରତୀୟମାନଙ୍କୁ ଟ୍ୱିଟ ମାଧ୍ୟମରେ ଜୋ ବିଡେନ କହିଛନ୍ତି ‘ ମୁଁ ଆମେରିକାରେ ଏବଂ ବିଶ୍ୱରେ ନବରାତ୍ରି ଉତ୍ସବ ପାଳନ କରୁଥିବା ସମସ୍ତ ହିନ୍ଦୁଙ୍କୁ ନବରାତ୍ରି ପାଇଁ ମୋର ଶୁଭେଚ୍ଛା ଜଣାଉଛି ।
ଏଥି ସହିତ କହିଛନ୍ତି ଯେ, ଭଲ ପୁଣି ଥରେ ମନ୍ଦକୁ ପରାସ୍ତ କରିପାରେ ଏବଂ ସମସ୍ତଙ୍କ ପାଇଁ ଏକ ନୂତନ ଆରମ୍ଭ ଓ ସୁଯୋଗ ଦେଇପାରେ । ଏହା ସହିତ ଆମେରିକୀୟ ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ମଧ୍ୟ ନବରାତ୍ରି ପାଇଁ ଭାରତୀୟ ଆମେରିକୀୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେ ଟ୍ୱିଟ୍ କରି କହିଛନ୍ତି ଯେ ଆମର ହିନ୍ଦୁ ଆମେରିକୀୟ ବନ୍ଧୁ ଏବଂ ପରିବାରବର୍ଗଙ୍କୁ ଅଭିନନ୍ଦନ। ସୂଚନା ଥାଉ କି ଆମେରିକାରେ ହିନ୍ଦୁମାନଙ୍କ ସଂଖ୍ୟା ଅଧିକ ଥିବାବେଳେ ଜୋ ବିଡେନ ଭାରତୀୟମାନଙ୍କୁ ନବରାତ୍ରି ଅଭିନନ୍ଦନ ଜଣାଇବା ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ସୂଚନା ଥାଉ କି ନଭେମ୍ବର ୩ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।
Follow Us