ନବରାତ୍ରୀ ପାଇଁ ନୂଆ ପ୍ରୟାସ ! ଭିଡ଼ ଭିତରେ ଭିନ୍ନ ଦେଖାଯିବା ପାଇଁ ପିଠିରେ ଟାଟୁ କରିଛନ୍ତି ଯୁବତୀ , ଚନ୍ଦ୍ରଯାନଠାରୁ ଚାଲାଣ୍ ପର୍ଯ୍ୟନ୍ତ ଟାଟୁରେ ସାମାଜିକ ବାର୍ତ୍ତା ଦେଉଛନ୍ତି ଯୁବତୀ ।

231

ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ରୀ । ନବରାତ୍ରୀର ପ୍ରଥମ ଦିନକୁ ଜୋରସୋରରେ ପାଳନ କରୁଛି ଭାରତ । ସାରା ଦେଶରେ ନବରାତ୍ରୀକୁ ହସୋଲ୍ଲାସରେ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହେଲାଣି । ବିଭିନ୍ନ ରାଜ୍ୟରେ ନବରାତ୍ରିକୁ ପାଳନ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏହି ସମୟରେ ଗୁଜୁରାଟରେ ଗରବା ଏବଂ ଡାଣ୍ଡିଆର ଧୁମ୍ ଚାଲିଥିଲା ବେଳେ ଏଥିରେ ସାମିଲ୍ ହେବା ପାଇଁ ମଧ୍ୟ ଅନେକ ଦିନରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ ।

 

ତେବେ ଗୁଜୁରାଟର ସୁରତ୍ ରୁ କିଛି ଫଟୋ ଏବେ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ କିଛି ଯୁବତୀ ଗରବା ଡ୍ୟାନ୍ସ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ନିଜକୁ ଆକର୍ଷଣୀୟ ଏବଂ ସମାଜକୁ ଭଲ ସନ୍ଦେଶ ଦେବା ପାଇଁ ଏହି ଯୁବତୀମାନେ ପିଠିରେ ଟାଟୁ କରିଛନ୍ତି । ଯେଉଁଥିରେ ଧାରା ୩୭୦ ରୁ ଆରମ୍ଭ କରି ଚନ୍ଦ୍ରଯାନ-୨ ଏବଂ ନୂଆ ଟ୍ରାଫିକ୍ ନିୟମର ବାର୍ତ୍ତାକୁ ଟାଟୁ ମାଧ୍ୟମରେ ଦେଖାଯାଉଛି । ସୋସିଆଲ୍ ମିଡିଆରେ ଏହି ଫଟୋ ଖୁବ୍ ଭାଇରାଲ୍ ହେଉଛି । ଦେଶରେ କିଛି ଦିନ ତଳେ ଟ୍ରେଣ୍ଡରେ ରହିଥିବା ଖବରକୁ ଏହି ଯୁବତୀମାନେ ଟାଟୁ ମାଧ୍ୟମରେ ଦର୍ଶାଇଛନ୍ତି ।