ମାଆ ବିରଜାଙ୍କ ପୀଠରେ ନବରାତ୍ର ପୂଜା : ମାଆଙ୍କୁ ପାଦ ଦର୍ଶନ ଓ ରଥଯାତ୍ରା ଆରମ୍ଭ

140

କନକ ବ୍ୟୁରୋ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ମାଆଙ୍କୁ ପାଦ ଦର୍ଶନ ଓ ରଥଯାତ୍ରା ଆରମ୍ଭ ହୋଇଛି । ସକାଳୁ ସକାଳୁ ବୈତରଣୀ ଜଳରେ ମାଆଙ୍କୁ ସ୍ନାନ କରାଇବା ପରେ ଦର୍ଶନ ଆରମ୍ଭ ହୋଇଛି । ଯେଉଁଥିପାଇଁ ଭୋର ସମୟରୁ ଶ୍ରଦ୍ଧାଳୁମାନେ ମନ୍ଦିରରେ ଭିଡ ଲଗାଇଛନ୍ତି । ଗତକାଲି ପ୍ରଥମ ଦିନରେ ରଥ ପ୍ରତିଷ୍ଠା ହୋଇ ବିଳମ୍ବିତ ରାତିରେ ରଥ ଗଡ଼ିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ରଥଯାତ୍ରା ଅନୁଷ୍ଠିତ ହେବ ।