ଗଜବ୍ ର ଗରବା ! ମୁଣ୍ଡରେ ମାଠିଆ , ଆଖିରେ କଳାପଟି ଏବଂ ହାତରେ ଖଣ୍ଡା ଧରି ଗରବା ଏବଂ ଡାଣ୍ଡିଆର ମଜା ନେଉଛନ୍ତି ଲୋକେ । 

ଗଜବ୍ ର ଗରବା ! ମୁଣ୍ଡରେ ମାଠିଆ , ଆଖିରେ କଳାପଟି ଏବଂ ହାତରେ ଖଣ୍ଡା ଧରି ଗରବା ଏବଂ ଡାଣ୍ଡିଆର ମଜା ନେଉଛନ୍ତି ଲୋକେ । 

ନବରାତ୍ରୀର ୯ ରାତିରେ ଗରବା ଡ୍ୟାନ୍ସର ତାଳେ ତାଳେ ଝୁମୁଛନ୍ତି ଦେଶବାସୀ । ମଧ୍ୟରାତ୍ରୀ ପର୍ୟ୍ୟନ୍ତ ଚାଲୁଛି ଏହି ଗରବା ଡ୍ୟାନ୍ସର ଆସର । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୋକଙ୍କ ମଧ୍ୟରେ ଡାଣ୍ଡିଆ ଏବଂ ଗରବାର ଜୋସ୍ ଦେଖିବାକୁ ମିିଳୁଛି । ଅହମ୍ମଦାବାଦ୍ ରେ ଗରବାର ପରମ୍ପରା ସାଙ୍ଗକୁ ଆଧୁନିକତାର ଝଲକ ମଧ୍ୟ ଦେଖିବାକୁ ମିଳୁଛି ।

publive-image

ଯେଉଁଠାରେ ଲୋକଙ୍କ ସହ କଳାବାଜୀ ମଧ୍ୟ ଦେଖିବାକୁ ମିଳୁଛି । କିଛି ଲୋକ ନିଜ ମୁଣ୍ଡ ଉପରେ ଭାରୀ ମାଠିଆ ରଖି ଗରବା କରୁଥିବାର ନଜର ଆସୁଛନ୍ତି । କିଛି ମହିଳା ଦୁଇରୁ ତିନୋଟି ମାଠିଆ ମୁଣ୍ଡରେ ରଖି ଗରବା ଡ୍ୟାନ୍ସ କରୁଥିବା ଦେଖାଯାଉଛନ୍ତି । ଯୁବପିଢୀମାନେ ଆଖିରେ କଳା ପଟି ବାନ୍ଧି ଡ୍ୟାନ୍ସ କରୁୁଥିବା ବେଳେ ଅନ୍ୟ କିଛି ଲୋକ ପାରମ୍ପାରିକ ଶୈଳୀରେ ନୃତ୍ୟ କରୁଥିବା ଦେଖାଯାଇଛନ୍ତି । ଗୁଜୁରାଟର ଭରୁଚରେ ଖଣ୍ଡାରେ ଗରବା ଏବଂ ଡାଣ୍ଡିଆ ଖେଳୁଛନ୍ତି ଲୋକ । କେବଳ ପୁଅ ନୁହଁ ଝିଅମାନେ ମଧ୍ୟ ଖଣ୍ଡାରେ ଗରବା ଖେଳୁଥିବା ନଜର ଆସୁଛନ୍ତି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe