କୋଭିଡ କଟକଣା ଭିତରେ ନବରାତ୍ର ପୂଜା : ଦେବୀପୀଠଗୁଡିକରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ; ବିଭିନ୍ନ ବେଶରେ ମା ଦେଉଛନ୍ତି ଦର୍ଶନ

115

କନକ ବ୍ୟୁରୋ : ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ । କରୋନା କାଳରେ ନବରାତ୍ରି ଅବସରରେ ସାରା ଦେଶର ଶକ୍ତିପୀଠ ଓ ଦେବୀ ମନ୍ଦିର ଗୁଡିକ ଚଳଚଂଚଳ । ନବରାତ୍ରର ତୃତୀୟ ଦିନରେ ଚନ୍ଦ୍ରଘଂଟା ବେଶରେ ଦର୍ଶନ ଦେଉଛନ୍ତି ମାଆ । କଟକର ପ୍ରସିଦ୍ଧ ଗଡଚଣ୍ଡୀ ପୀଠରେ ଚାଲିଛି ନବରାତ୍ର ପୂଜା । ଆଜି ନବରାତ୍ରର ତୃତୀୟ ଦିନରେ ମାଆଙ୍କର ରୀତିନୀତିରେ ପୂଜା ହେଉଛି । କିନ୍ତୁ ଏଥର କୋଭିଡ୍ କଟକଣା ମଧ୍ୟରେ ମା ପୂଜା ପାଉଛନ୍ତି । ମା ଙ୍କ ବିଭିନ୍ନ ବେଶ ଚାଲିଥିଲେ ମଧ୍ୟ ସାଧାରଣ ଭକ୍ତ କିନ୍ତୁ ଦର୍ଶନରୁ ବଂଚିତ ହେଉଛନ୍ତି ।

ସେପଟେ ଯାଜପୁରର ଶକ୍ତି ପୀଠ ମାଆ ବିରଜାଙ୍କ ମନ୍ଦିରରେ ମଧ୍ୟ ଚାଲିଛି ନବରାତ୍ରି ପୂଜା । ଏଥର କରୋନା କଟକଣା କାରଣରୁ ଭକ୍ତଙ୍କୁ ସାଧାରଣ ଦର୍ଶନରୁ ବଂଚିତ ରହିଛନ୍ତି । କରୋନା କଟକଣାରେ ନବରାତ୍ରି ପାଳନ ହେଉଥିବା ବେଳେ ରାତୀନିତି କିନ୍ତୁ ବିଧି ମୁତାବକ ସଂପନ୍ନ ହେଉଛି । ସବୁଥିରେ କରୋନା କଟକଣାକୁ ଗୁରୁତ୍ୱ ଦିଆଯାଇଛି ।
ଶାରଦୀୟ ପାର୍ବଣରେ ରାଜ୍ୟର ପ୍ରସିଦ୍ଧ ଶକ୍ତି ପୀଠ କାକଟପୁରର ମା ମଙ୍ଗଳାଙ୍କ ମନ୍ଦିରରେ ଚାଲିଛି ନବପତ୍ରିକା ପୂଜା । ନବରାତ୍ରିର ଆଜି ତୃତୀୟ ଦିନରେ ନାଲିକଲି ଓ କଳାକଲି ବେଶ କରାଯାଇଛି । ରାତିରେ ବେଶ ପରେ ମାଆଙ୍କ ବିମାନରେ ଶୋଭାଯାତ୍ରାରେ ନେଇ ରତ୍ନଗିରି ନିଆଯାଇଥିଲା । ସେଠାରେ ମହିଷାସୁରକୁ ଠାବ କରିବା ପରେ ମାଆ ପୁଣି ମନ୍ଦିରକୁ ଫେରିଛନ୍ତି । ଏହାପରେ ଜଗତିପୂଜା ସଂପନ୍ନ ହୋଇଛି ।